ଏଣିକି ସବୁଠି ସମାନ ଡିଏଲ୍‍

0

ନୂଆଦିଲ୍ଳୀ: ଏଣିକି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକକ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ପଞ୍ଜିକରଣ ପ୍ରମାଣପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଆସନ୍ତା ବର୍ଷ ଜୁଲାଇ ମାସରୁ ଏହି ବ୍ୟବସ୍ଥା ଲାଗୁ ହେବ। ପ୍ରମାଣପତ୍ରର ରଙ୍ଗ, ଢାଞ୍ଚା ଓ ସୁରକ୍ଷା ବ୍ୟବସ୍ଥା ଏକାଭଳି ରହିବ। ସେଥିରେ ମେଟ୍ରୋ ଓ ଏଟିଏମ୍‍ କାର୍ଡ ପରି ମାଇକ୍ରୋଚିପ୍‍ ଓ କ୍ୟୁଆର କୋଡ୍‍ ରହିବ। ଯାହାଫଳରେ ଟ୍ରାଫିକ ପୁଲିସ ସହଜରେ ଗାଡି଼ ଓ ଚାଳକଙ୍କ ବିଷୟରେ ଆବଶ୍ୟକ ସୂଚନା ସଂଗ୍ରହ କରିପାରିବେ। ଏବେ ଦେଶରେ ଦିନକୁ ୩୨ ହଜାର ଡିଏଲ୍‍ର ପଞ୍ଜିକରଣ ହେଉଛି। ସେହିପରି ୪୩ ହଜାର ଗାଡ଼ିର ପଞ୍ଜିକରଣ ହେଉଛି। ଏକ୍ସପାଏରି ହେବା ପରେ ନୂଆ ଡିଏଲ୍‍ ଓ ଆରସି ଜାରି କରାଯିବ।

Leave A Reply