www.samajalive.in
Saturday, December 6, 2025
16.1 C
Bhubaneswar

ଶିକ୍ଷା ଅଧିକାରୀଙ୍କ ଉଦାସୀନତା, ଗୋପବନ୍ଧୁ ଜୟନ୍ତୀ ପୁରସ୍କାରରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ  

ସୁଆଣ୍ଡୋ: ଆଜକୁ ୫୬ ବର୍ଷ ଧରି ଗୋପବନ୍ଧୁ ଜୟନ୍ତୀ ସୁଆଣ୍ଡୋରେ ପାଳନ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। କୃତକାର୍ୟ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଜୟନ୍ତୀ ଅବସରରେ ଗୋପବନ୍ଧୁ ସ୍ମୃତିପରିଷଦ ପକ୍ଷରୁ ଉତ୍ସବର ଅତିଥିମାନେ ସେମାନଙ୍କୁ ପୁରସ୍କୃତ କରିଥାନ୍ତି । ଛାତ୍ରଛାତ୍ରୀ ମାନେ ଜୟନ୍ତୀ ଉତ୍ସବରେ ଯୋଗଦେବା ପାଇଁ ପାଞ୍ଚ ବର୍ଷ ତଳୁ ଜିଲାପାଳଙ୍କ ନିର୍ଦ୍ଦେଶ ରହିଛି। ସତ୍ୟବାଦୀ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ମୃତିପରିଷଦ ତରଫରୁ କାର୍ୟ୍ୟକ୍ରମ ବିଷୟରେ ଓ ନିମନ୍ତ୍ରଣ କରାଯାଇଥିଲା। ସେ ମଧ୍ୟ ସିଆରସିସି ମାନଙ୍କୁ ଜଣାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଶିକ୍ଷାଧିକାରୀ କାହାକୁ ଜଣାଇ ନଥିଲେ । ସେଥିଲାଗି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଗ୍ରହ ଥିଲେ ମଧ୍ୟ ଗୋପବନ୍ଧୁଙ୍କ ଜୟନ୍ତୀରେ ଯୋଗ ଦେଇ ପାରିନଥିଲେ। ସେହିପରି ଛାତ୍ରଛାତ୍ରୀମାନେ ମଧ୍ୟ ପୁରସ୍କୃତ ହେବାରୁ ବଞ୍ଚିତ ହେଲେ। ଶିକ୍ଷାଧିକାରୀଙ୍କ ମନମୁଖୀ ଓ ଦାୟୀତ୍ବହୀନ କାର୍ୟ୍ୟକୁ ଗୋପବନ୍ଧୁ ସ୍ମୃତିପରିଷଦ ଛାତ୍ରଛାତ୍ରୀ ଅବିଭାବକ ଓ ଜନସାଧାରଣ ଦୃଢ ନିନ୍ଦା କରିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories