www.samajalive.in
Saturday, December 6, 2025
17.1 C
Bhubaneswar

ଶରୀରରେ ଶ୍ୱେତ ରକ୍ତ କଣିକା ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ଆମ ଶରୀରରେ ଥିବା ଶ୍ୱେତରକ୍ତ କଣିକାର ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶରୀରରେ ଥିବା ଶ୍ୱେତରକ୍ତ କଣିକାର ମାତ୍ରା କମ ହେଲେ ବିଭିନ୍ନ ପ୍ରକାରର ସଂକ୍ରମଣ ହେବାର ଆଶଙ୍କା ଥାଏ। ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ଅଟେ। ଆମ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ତେବେ ଏହାର ମାତ୍ରା କମିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏପରି କିଛି ଖାଦ୍ୟପଦାର୍ଥ ରହିଛି ଯାହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଶରୀରରେ ଶ୍ୱେତ ରକ୍ତ କଣିକାର ମାତ୍ରା ବଢିଥାଏ। ଜାଣନ୍ତୁ ତାହା କ’ଣ….
ବାଦାମ –
ସଭିଏଁ ଜାଣି ଥିବେ ଯେ, ବାଦାମ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ନିୟମିତ କିମ୍ବା ସପ୍ତାହକୁ ୩ ରୁ ୪ ଥର ବାଦାମ ଖାଇବା ଦ୍ୱାରା ଶରୀରରେ ଶ୍ୱେତରକ୍ତ କଣିକା ବୃଦ୍ଧି ହୋଇଥାଏ।
ହଳଦୀ –
ଆପଣଙ୍କ ଖାଦ୍ୟରେ ନିୟମିତ ହଳଦୀକୁ ସାମିଲ କରନ୍ତୁ। ହଳଦୀ ବିନା କୌଣସି ବ୍ୟଞ୍ଜନ ଖାଆନ୍ତୁ ନାହିଁ। ହଳଦୀ ହାଡ଼କୁ ଶକ୍ତ କରିବା ସହ ବହୁ ରୋଗରୁ ଶରୀରକୁ ରକ୍ଷା କରିଥାଏ। ଏହା ରକ୍ତକୁ ସଫା ରଖିଥାଏ। ସପ୍ତାହକୁ ୩ ରୁ ୪ ଥର ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ।
ଅଦା ଓ ରସୁଣ –
ଆପଣ ନିୟମିତ ଖାଦ୍ୟରେ ଅଦା ଓ ରସୁଣ ସାମିଲ କରନ୍ତୁ। ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶ୍ୱେତରକ୍ତ କଣିକା ସୃଷ୍ଟି କରିଥାଏ। ତେଣୁ ଏହାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ସୁସ୍ଥ ରହିପାରିବେ।
ଖଟାଯୁକ୍ତ ଫଳ –
ଖଟାଯୁକ୍ତ ଫଳର ସେବନ କରନ୍ତୁ। ଏଥିରେ ଭିଟାମିନ ସି ପ୍ରଚୁର ପରିମାଣରେ ଥାଏ। ଏହା ଶରୀରରେ ଶ୍ୱେତରକ୍ତ କଣିକାର ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ। ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ ଅଟେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories