www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ ଶାନ୍ତିପ୍ରିୟ ଦେଶ, ଆତଙ୍କବାଦ ବିରୋଧରେ ୟୁରୋପ ସାଥୀରେ ଅଛି: ୟୁରୋପୀୟ ପ୍ରତିନିଧିମଣ୍ଡଳୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଗସ୍ତରେ ଆସିଥିବା ୟୁରୋପୀୟ ସାଂସଦଙ୍କ ପ୍ରତିନିଧିମଣ୍ଡଳୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ବୁଧବାର ପ୍ରତିନିଧିମଣ୍ଡଳୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଗସ୍ତ ସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରତିନିଧିମଣ୍ଡଳୀ କହିଛନ୍ତି, ଭାରତ ଏକ ଶାନ୍ତିପ୍ରିୟ ଦେଶ। କାଶ୍ମୀର ଲୋକମାନଙ୍କ ଭାରତଠାରୁ ବହୁତ ଆଶା ରହିଛି। ସାମ୍ବାଦିକ ସମ୍ମିଳନୀରେ ୟୁରୋପୀୟ ସାଂସଦମାନେ କହିଛନ୍ତି, ଆମ ଗସ୍ତକୁ ରାଜନୈତିକ ନଜରରେ ଦେଖାଯାଉଛି, ଯାହା ଆଦୌ ଠିକ୍‌ ନୁହେଁ। ଆମେ କେବଳ ଏଠାକାର ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବାକୁ ଆସିଥିଲୁ। ତେବେ ଧାରା ୩୭୦ ଉଚ୍ଛେଦକୁ ସାଂସଦମାନେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିବା ସହିତ ଭାରତ-ପାକିସ୍ତାନ ପରସ୍ପର ମଧ୍ୟରେ ଆଲୋଚନା କରିବା ଆବଶ୍ୟକ ବୋଲି କହିଛନ୍ତି।

ଏଆଇଏମଆଇଏମ ମୁଖ୍ୟ ଅସାଉଦ୍ଦିନ ଓୱେସୀ ୟୁରୋପୀୟ ସାଂସଦମାନଙ୍କ ତୁଳନା ନାଜିବାଦୀଙ୍କ ସହିତ କରିଥିଲେ। ଏହାର ଜବାବ ଦେଇ ୟୁରୋପୀୟ ସାଂସଦମାନେ କହିଥିଲେ, ଆମେମାନେ ନାଜିବାଦୀ ନୋହୁଁ। ଯଦି ଆମେମାନେ ନାଜିବାଦୀ ହୋଇଥାନ୍ତୁ, ତେବେ ନିର୍ବାଚିତ ହୋଇ ନ ଥାନ୍ତୁ। ଓୱେସୀଙ୍କ ଏପରି ମନ୍ତବ୍ୟ ଉପରେ ସେମାନେ ଆପତ୍ତି ଉଠାଇବା ସହିତ ନାପସନ୍ଦ କରିଛନ୍ତି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories