www.samajalive.in
Sunday, December 7, 2025
16.1 C
Bhubaneswar

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଦ୍ୟରେ କିଛି ପରିବର୍ତ୍ତନ

ଆଧୁନିକ ଅସ୍ବାସ୍ଥ୍ୟକର ଜୀବନଶୈଳୀ ଠାରୁ ସର୍ବଦା ନିଜକୁ ଦୂରେଇ ରଖିବା ଉଚିତ। ସେଥିପାଇଁ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବା ଉଚିତ। ଖାଦ୍ୟରେ ଉପଯୁକ୍ତ ପୋଷକ ଓ ଭିଟାମିନ ସାମିଲ କରିବା ଉଚିତ। ଏହାଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଠିକ ରହିଥାଏ। ବେଳେବେଳେ ଉତ୍ତମ ସ୍ବାସ୍ଥ୍ୟ ପାଇଁ କାଜୁ, ବିଭିନ୍ନ ପ୍ରକାରର କୋଳି ଓ ଚକୋଲେଟ ଖାଇବା ଉଚିତ। ଏହିପରି କିଛି ଦ୍ରବ୍ୟ ଖାଦ୍ୟରେ ସାମିଲ କଲେ ଆପଣ ଚିନ୍ତାପଣ ଠାରୁ ଦୂରେଇ ରହିବା ସହ ଖୁସି ମଧ୍ୟ ରହିପାରିବେ।

ଏକ ଗବେଷଣାରୁ ଜଣାପଡିଛି ଯେ, ବ୍ୟକ୍ତିଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ବେଳେବେଳେ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ପଡିଥାଏ। ଜାଣନ୍ତୁ ଖାଦ୍ୟରେ କେଉଁ ସାମଗ୍ରୀ ସାମିଲ କରିବେ..

- Advertisement -

କାଜୁ : କାଜୁରେ ଜିଙ୍କ ଭରପୂର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ବାରା ମାନସିକ ଚିନ୍ତା ଦୂର ହୋଇଥାଏ। ଏହାସହ ଶରୀରକୁ ସଠିକ ପରିମାଣରେ ଶକ୍ତି ମିଳିଥାଏ।

କୋଳି : ଜାମୁ ଓ ଲିଚୁ ପରି କୋଳିରେ ଭିଟାମିନ-ସି ରହିଛି। ଏହାକୁ ଖାଇବା ଦ୍ବାରା ଚିନ୍ତିତ ରହୁଥିବା ସମସ୍ୟାରୁ ମିଳିଥାଏ।

ଚକୋଲେଟ : ଚକୋଲେଟ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଏହାକୁ ଖାଇବା ଦ୍ବାରା ସତେଜ ଅନୁଭବ ହୋଇଥାଏ।

ଗ୍ରୀନ ଟି : ଗ୍ରୀନ ଟି ପିଇବା ଦ୍ବାରା ମାନସିକ ଚିନ୍ତା ଓ ଦୁର୍ବଳତା ଦୂର ହୋଇଥାଏ। ଏହା ଶରୀରରେ ସମସ୍ତ କୋଷ ଗୁଡିକ ସକ୍ରିୟ କରିବାରେ ସହାୟକ ହୋଇଥାଏ।

କଦଳୀ : କଦଳୀରେ ଭରପୂର ମାତ୍ରାରେ ପୋଟାସିୟମ ଓ ଖଣିଜ ରହିଛି। ଏହାକୁ ଖାଇବା ଦ୍ବାରା ହୃଦ ରୋଗ ଠାରୁ ମୁକ୍ତି ମିଳିଥାଏ। ଏହାକୁ ଖାଇବା ଦ୍ବାରା ଶରୀରରେ ପାଣିର ମାତ୍ରା ଠିକ  ରହିଥାଏ। ଏହାସହ ମସ୍ତିଷ୍କ ନିକଟକୁ ଅମ୍ଳଜାନ ସଠିକ ଭାବେ ଯାଇଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories