www.samajalive.in
Saturday, December 6, 2025
26.1 C
Bhubaneswar

ଅଦା ଦୂର କରେ ମାଇଗ୍ରେନ ଯନ୍ତ୍ରଣା

ବର୍ତ୍ତମାନର ସମୟରେ ମାଇଗ୍ରେନ ( ଅର୍ଦ୍ଧ କପାଳୀ) ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ମାଇଗ୍ରେନ କେବଳ ମୁଣ୍ଡବିନ୍ଧା ନୁହେଁ। ମୁଣ୍ଡ ବିନ୍ଧା ବ୍ୟତୀତ ଦୃଷ୍ଟି ଶକ୍ତି ଦୁର୍ବଳ, ଚିଡ଼ଚିଡ଼ାପଣ, ବ୍ୟସ୍ତ ଲାଗିବା, ଯନ୍ତ୍ରଣା ଅନୁଭୂତ ହେବା ଭଳି ବହୁ ସମସ୍ୟା ଏହା ପ୍ରଭାବରେ ସୃଷ୍ଟି ହୋଇଥାଏ। ସେହି ସମୟରେ ଆମେ ଔଷଧ ଖାଇ ଯନ୍ତ୍ରଣାକୁ ଦୂର କରିଥାଉ। ମାତ୍ର କିଛି ସହଜ ଘରୋଇ ଉପାୟ ଦ୍ୱାରା ମଧ୍ୟ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କ’ଣ ….
ଅଦାର ବ୍ୟବହାର –
ଅଦା ମାଇଗ୍ରେନ ପାଇଁ ଖୁବ ଲାଭକାରୀ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ମାଇଗ୍ରେନ ଯନ୍ତ୍ରଣାକୁ ଦୂର କରିଥାଏ। ଅଦାର ଗୁଣ୍ଡକୁ ମାଇଗ୍ରେନ କାରଣରୁ ସୃଷ୍ଟି ହେଉଥିବା ଯନ୍ତ୍ରଣାକୁ ନଷ୍ଟ କରିଥାଏ। ଆପଣ ପାଣିରେ ଅଦା ଗୁଣ୍ଡ ପକାଇ ଏହାକୁ ଅଳ୍ପ ଫୁଟାଇ ପିଇପାରିବେ। ତେଣୁ ଏହାକୁ ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳେ।
ମାଗ୍ନେସିୟମର ମାତ୍ରା କମ ହେଲେ –
ଶରୀରରେ ମାଗ୍ନେସିୟମର ମାତ୍ରା କମ ହେବା ଦ୍ୱାରା ମାଇଗ୍ରେନ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ମାଗ୍ନେସିୟମ ଯୁକ୍ତ ଖାଦ୍ୟପଦାର୍ଥର ଅଧିକ ସେବନ କରିବା ଉଚିତ। ଯେପରି ବାଦାମ, ରାଶି, କାଜୁ , ପିନଟ ବଟର, ଅଣ୍ଡା, କ୍ଷୀର ଆଦି ନିୟମିତ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ମାଲିସ କରିବା –
ମାଲିସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ। ତେଣୁ ଧୀରେ ଧୀରେ କପାଳକୁ ମାଲିସ କରିବା ଦ୍ୱାରା ମାଇଗ୍ରେନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories