www.samajalive.in
Monday, December 15, 2025
17.1 C
Bhubaneswar

ଛାତ୍ରାବାସରୁ ୧୫ ଛାତ୍ର ଫେରାର ଘଟଣା, ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

ବଣାଇ : ବଣାଇ ଗଡ ବ୍ଲକ  ଅନ୍ତର୍ଗତ ସିହିଡିଆ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ଛାତ୍ରାବାସରୁ ଗତ ୨୮  ତାରିଖ ରାତିରେ ୧୫ ଜଣ ଛାତ୍ର ଏକାସାଙ୍ଗରେ ଫେରାର ହୋଇଯାଇଥିବା ଘଟଣାରେ ଆଜି ବଣାଇଁ ବିଇଓ ସୁନୀଲ ମୁଣ୍ଡ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଦ୍ରୌପଦୀ ସାହୁଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି । ଛାତ୍ର ମିଳିବା ପରେ କାରଣ ସ୍ପଷ୍ଟ ହୋଇଥିଲା । ସମ୍ପୃକ୍ତ ବିଦ୍ୟାଳୟରେ ଥିବା ଏକ ଆଦିବାସୀ ଛାତ୍ରାବାସରେ ସମୁଦାୟ ୩୭ ଜଣ ଛାତ୍ର ରହୁଥିଲେ । ସେମାନଙ୍କ ମଧ୍ୟରୁ ତୃତୀୟ – ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ୧୫ ଜଣ କୋମଳମତି ଛାତ୍ର ସେଦିନ ରାତି ଫେରାର ହୋଇଯାଇଥିଲେ । ପରେ ପେଟ୍ରୋଲିଂ କରୁଥିବା ବାରକୋଟ ପୁଲିସ  ଦ୍ୱାରା ଫେରାର ଛାତ୍ର ଉଦ୍ଧାର ହେବା ପରେ ପୁଲିସ ବିଦ୍ୟାଳୟର ଶିକ୍ଷକଙ୍କ ଜିମାରେ ପିଲାମାନଙ୍କୁ ଛାଡିଥିଲେ ।

ଗତକାଲି ଖବର ପ୍ରଚାରିତ ହେବା ପରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷାଅଧିକାରୀ ଅମୂଲ୍ୟ ପ୍ରଧାନଙ୍କ ତଦନ୍ତ ନିର୍ଦ୍ଦେଶ ପାଇ ବଣାଇଁ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାବୁରାମ ମହାନ୍ତ ତଦନ୍ତ କରିଥିଲେ। ତଦନ୍ତ ପରେ ସମ୍ପୃକ୍ତ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ରୋଷେୟା ତଥା ପରିଚାରକ ଅମିତ କୁମାର ପାହୁଲେଙ୍କ ବ୍ୟବହାର ଭଲ ଲାଗୁ ନଥିଲା ତେଣୁ ପଳେଇ ଯାଇଥିଲେ ବୋଲି ସେ ସ୍ପଷ୍ଟ କରିଥିଲେ । ଅପରପକ୍ଷେ ସମ୍ପୃକ୍ତ ବିଦ୍ୟାଳୟଟି ଗଣଶିକ୍ଷା ବିଭାଗର ହୋଇଥିଲେ ମଧ୍ୟ ଛାତ୍ରାବାସଟି ଆଦିବାସୀ ଉନ୍ନୟନ ବିଭାଗର ହୋଇଥିବାରୁ ତାଙ୍କ ବିଭାଗକୁ ତଦନ୍ତ ରିପୋର୍ଟ ଦେଲା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ । ଆଜି ଶିକ୍ଷା ବିଭାଗ ପକ୍ଷରୁ ବଣାଇଁ ବିଇଓ ସୁନୀଲ ମୁଣ୍ଡ ସମ୍ପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଦ୍ରୌପଦୀ ସାହୁଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବନ କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories