ଶିକ୍ଷୟିତ୍ରୀ ପ୍ରେମିକାକୁ ଜାଳିଦେଲା ଅମଣିଷ ପ୍ରେମିକ

ଡେସ୍କ: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର କୋହଦୌର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି (ଗୁରୁବାର) ଜଣେ ପ୍ରେମିକ ନିଆଁ ଲଗାଇ ଦେବାରୁ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଯୁବତୀ ଜଣକ ହେଉଛନ୍ତି ନୀତୁ ଯାଦବ। ପୁଲିସ କହିଛି ଯେ ପୀଡ଼ିତା ନୀତୁ ଯାଦବ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ ସେ ସ୍କୁଲଯାଉଥିବା ବେଳେ ଚନ୍ଦୌକା ଗ୍ରାମର ବିକାଶ କୁମାର ଯାଦବ (୨୯) ନୀତୁଙ୍କ ଉପରକୁ ଦହନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିଲେ। ବିକାଶ ମଧ୍ୟ ଏହି ଘଟଣାରେ ପୋଡ଼ି ଯାଇଥିବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୀତୁଙ୍କ ମୃତଦେହ କ୍ଷେତ ମଧ୍ୟରୁ ଉଦ୍ଧାର କରାଯାଇଥିବା ପୁଲିସ କହିଛି। ଘଟଣାସ୍ଥଳରୁ ଗୋଟିଏ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ବିକାଶ କୁମାର ଯାଦବ ନାମକ ବ୍ୟକ୍ତି ନୀତୁ ଯାଦବଙ୍କୁ ଏକ ତରଫା ପ୍ରେମ କରୁଥିଲେ କିନ୍ତୁ ନୀତୁ ସମ୍ପୃକ୍ତ ଯୁବକଙ୍କ ପ୍ରସ୍ତାବରେ ରାଜି ନ ହେବାରୁ ଏଭଳି ଘଟିଛି।

Comments are closed.