ବାଣ୍ଟୁଥିଲେ ସୁନା: ପୃଥିବୀର ଅଧା ସୁନା, ଧନୀ ରାଜା ହେଲେ ଗରିବ ଦେଶ – ଏହି ଦେଶରେ ଖାଇବା ପାଇଁ….

ନୂଆଦିଲ୍ଲୀ – ବିଶ୍ୱରେ ଏମିତି ଦେଶ ରହିଛି ଯେଉଁଠାରେ ସୁନା ଖଣି ରହିଛି । ଦେଶର ରାଜା ଖୁବ୍‌ ଧନୀ । କହିବାକୁ ଗଲେ ବିଶ୍ୱର ଅଧା ସୁନା ନିଜ କବଜାରେ ଏହି ସୁଲତାନ ରଖିଥିଲେ । ହେଲେ ଏଠାକାର ଲୋକ ଖାଇବା ପାଇଁ ପାଉ ନାହାନ୍ତି ।

ଧନୀ ସୁଲତାନଙ୍କ ଦେଶ ଗରିବ ତାଲିକାରେ ରହିଛି । ମାଲି ଦେଶରେ ସୁଲତାନଙ୍କ ପାଖରେ ଅନେକ ସୁନା ଖଣି ଥିଲା । ପଶ୍ଚିମ ଆଫ୍ରିକାର ଏହି ଦେଶରେ ଏତେ ସୁନା ଥିଲା ଯେ ସାରା ବିଶ୍ୱରୁ ବ୍ୟବସାୟୀଙ୍କ ଭିଡ ଲାଗି ରହିଥିଲା । ଅନେକ ୟୁରୋପୀୟ ଦେଶର ଲୋକ ଏଠାର ପଡି ରହୁଥିଲେ । ମାତ୍ର ଏବେ ନାଁ କୁ ମାତ୍ର ସୁଲତାନ ରହିଛନ୍ତି । ଦେଶର ଅଧା ଲୋକ ଅତ୍ୟଧିକ ଗରିବ । ଖାଇବା ପାଇଁ ପାଉ ନାହାନ୍ତି ।

ବିଭନ୍ନ ଅନ୍ତର୍ଜାତୀୟ ସଂସ୍ଥାର ଦୟାରେ ଏବେ ମାଲି ଚାଲିଛି । ପ୍ରାୟ୮୦୦ ବର୍ଷ ତଳେ ୧୩୧୨ ମସିହାରେ ମନସା ମୁସା ନାମକ ସୁଲତାନ ଏଠାରେ ଶାସନ କରୁଥିଲେ । ୧୩୩୭ ପର୍ଯ୍ୟନ୍ତ ତାଙ୍କର ଶାସନ ଚାଲିଥିଲା। ସେହି ସମୟରେ ସେ ମାଲିର ବିଭିନ୍ନ ସୁନା ଖଣିରୁ ସୁନା ଉତ୍ତୋଳନ କରୁଥିଲେ । ପ୍ରତି ବର୍ଷ ସେ ଖଣିରୁ ୧୦୦୦ କିଲୋରୁ ଅଧିକ ସୁନା ବାହାର କରୁଥିଲେ ।

prayash

ମନସା ମହଲରେ ସୁନା ଗଚ୍ଛିତ କରି ରଖୁଥିଲେ । ସାରା ବିଶ୍ୱରୁ ବେପାରୀମାନେ ତାଙ୍କ ନିକଟକୁ ଆସୁଥିଲେ । ସେ ୬୫୦୦ କିଲୋମିଟର ଯାତ୍ରା କରି ମକ୍କାକୁ ଆସିଥିଲେ । ସେହି ସମୟରେ ତାଙ୍କ ସହ ବିରାଟ ପଟୁଆର ଆସିଥିଲା । ଯାତ୍ରା ସମୟରେ ସେ ଲୋକଙ୍କୁ ସୁନା ବାଣ୍ଟୁଥିଲେ । ମାତ୍ର ଏହି ଯାତ୍ରା ପୁରା କରିବା ପରେ ମନସା ମୁସାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ପୁଅ ଆଉ ଶାସନ ସମ୍ଭାଳି ପାରି ନଥିଲେ । ଅନେକ ବର୍ଷ କାଳ ଏହା ଫ୍ରାନ୍ସ ଅଧିନରେ ରହିଥିଲା । ଏବେ ଅବସ୍ଥା ଏପରି କି ମାଲି ଅତି ଗରିବ ଦେଶ ।

ଏବେ ଏଠାରେ ଆତଙ୍କବାଦ ହିଂସା ସୈନ୍ୟ ବିଦ୍ରୋହ ହେଉଛି । ମାଲିର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ।

ଫିଟିକିରି ଉପାୟ : ଆର୍ଥିକ ଠାରୁ ଆରମ୍ଭ କରି ଦୂର କରେ ଦାମ୍ପତ୍ୟ ସମସ୍ୟା..

 

Comments are closed.