ଭୁବନେଶ୍ବର: ପୋଖରୀପୁଟରେ ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ଯୋଗଦେଇ ଶାଖାକୁ ଉଦଘାଟନ କରିବା ସହ ଏହି ନୂତନ ଶାଖା ହେବା ଦ୍ବାରା ଆଖ ପାଖ ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ ବୋଲି କହିଛନ୍ତି। ଏହା ସହ ବ୍ୟାଙ୍କର ବିଭିନ୍ନ ଯୋଜନା ଏବଂ ଋଣ ସମ୍ପର୍କରେ ପଚାରି ବୁଝିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଚାରୁଲତା ସାମନ୍ତରାୟ ,ଶାଖା ପରିଚାଳକ ସୁସ୍ମିତା ପଟ୍ଟନାୟକ ଉପସ୍ଥିତ ଥିଲେ।
ଏହି ଅବସରରେ ଏଚଡିଏଫସି ବ୍ୟାଙ୍କର କ୍ଲଷ୍ଟର ହେଡ୍ ତଥା ସିନିୟର ଭାଇସ ପ୍ରେସିଡେଣ୍ଟ ଅନିମେଶ ବିଶ୍ବାଳ କହିଛନ୍ତି ଯେ ଓଡିଶାର ଏହା ୧୯୦ତମ ଶାଖା ହୋଇଥିବା ବେଳେ ଭୁବନେଶ୍ବରର ଏହା ୩୩ ତମ ଶାଖା। ଏଠାରେ ଗୃହ, ସୁନା ଋଣ ସହ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ ହେବ। ବିଶେଷକରି ବିଦେଶୀ ମୁଦ୍ରା ବିନିମୟ,ଲକର ଓ ଇ ରୁପିର ସୁବିଧା ଏଠାରେ ରହିଛି। ଏହା ସହ ଶାଖାରେ ୨୪ ଘଣ୍ଟିଆ ଏଟିଏମରେ ଟଙ୍କା ଉଠାଣ ଓ ଜମା କରିପାରିବେ। ସବୁଠୁ ବଡ କଥା ହେଲା ଏହି ଶାଖାରେ ଏସଏଚଜି ଓ ଏସଏଲଇ ଗ୍ରୁପକୁ ଋଣ ଦିଆଯାଉଛି



