www.samajalive.in
Sunday, December 14, 2025
26.1 C
Bhubaneswar

ଧାମରା ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ ବିକାଶ ପକ୍ଷରୁ ସ୍ୱଳ୍ପ ମିଆଦୀ ମହିଳା ପ୍ରଶିକ୍ଷଣ ଶିବିର

ଧାମରା: ଧାମରାରେ ଦତାତ୍ରେୟ ଠେଙ୍ଗଡୀ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ ବିକାଶ ପକ୍ଷରୁ ଏକ ଦିନିକିଆ ସ୍ୱଳ୍ପ ମିଆଦୀ ମହିଳା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଧାମରା ଅଂଚଳରେ ପରୋକ୍ଷ ଏବଂ ପ୍ରତକ୍ଷ୍ୟ ଭାବେ ମତ୍ସ୍ୟ ଉତ୍ପାଦନ ଏବଂ ମତ୍ସ୍ୟ ବ୍ୟବସାୟ ସହ ଜଡିତ ପରିବାରର ମହିଳା ମାନେ ଅଂଶ ଗ୍ରହଣ କରିଥିଲେ।

୩ଶହରୁ ଉର୍ଦ୍ଧ ମହିଳା ମାନେ ଆସି ଏହି ଶିବିରରେ ଯୋଗଦାନ କରିବା ସହ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ ହୋଇଥିଲେ। ଏହି କାର୍ଯ୍ୟକ୍ରମଟି ଧାମରା ମତ୍ସ୍ୟଜିବୀ ସଂଘର କାର୍ଯ୍ୟକାରୀ ସଭାପତି ଙ୍କ ନେତୃତ୍ୱରେ ହୋଇଥିବା ଅବସରରେ ଭାରତୀୟ ମଜଦୁର ସଂଘର ଭଦ୍ରକ ଜିଲା ସଭାପତି ମନୋଜ ବସନ୍ତ ରାୟ, ରାଜ୍ୟ କୋଷାଧକ୍ଷ୍ୟ ଲକ୍ଷ୍ମଣ ଦାସ, ଦତୋପନ୍ତ ଠେଙ୍ଗଡୀ ରାଷ୍ଟୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡର ଶିକ୍ଷାଧିକାରୀ ଡ.ରାଜେନ୍ଦ୍ର ପ୍ରସାଦ ପାଢୀ, ମତ୍ସ୍ୟଜିବୀ ମହିଳା ସଂଘର ସଭାନେତ୍ରୀ ଉଷାରାଣୀ ଦାସ,ମନୋଜ ଲେଙ୍କା ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ପାଇଁ ଉଦିଷ୍ଟ ସମସ୍ତ ଯୋଜନା ଉପରେ ସମସ୍ତ ଙ୍କୁ ଅବଗତ କରାଇଥିଲେ।

- Advertisement -

ଏହି ସମସ୍ତ ଯୋଜନାରେ ଲାଭ ପାଇବାକୁ ହେଲେ କିପରି ଏବଂ କାହାକୁ ଯୋଗାଯୋଗ କରିବେ ସେ ବିଷୟରେ ଉପସ୍ଥିତ ମହିଳାମାନେ ଉପସ୍ଥିତ ଥିବା ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଶେଷରେ ଯୋଗ ଦେଇଥିବା ୩ଶହରୁ ଉର୍ଦ୍ଧ ମତ୍ସ୍ୟଜିବୀ ପରିବାର ମହିଳା ମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ୨୫୦ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଧାମରା ଅଂଚଳ ନୁହେଁ ଭଦ୍ରକ ଜିଲ୍ଲାର ସମସ୍ତ ମତ୍ସ୍ୟଜିବୀ ପରିବାର ମହିଳା ମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ପ୍ରତ୍ୟେକ ଅଂଚଳରେ ହେବ ବୋଲି ଧାମରା ମତ୍ସ୍ୟଜିବୀ ସଂଘର କାର୍ଯ୍ୟକାରୀ ସଭାପତି ଚନ୍ଦ୍ର ଶେଖର ଜେନା ଗଣମାଧ୍ୟମ କୁ ସୁଚନା ଦେଇଥିଲେ। ଶେଷରେ ମନୋଜ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories