ଡେସ୍କ : ଓଡ଼ିଶା ହାଇକୋର୍ଟ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ବାରବାଟୀ-କଟକ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ ସାକ୍ଷୀ ନ ଦେଇ ସମୟ ନେଇଥିବାରୁ ହାଇକୋର୍ଟ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାର ଆସୋସିସନ କଲ୍ୟାଣ ପାଣ୍ଠିରେ ଜରିମାନା ଦାଖଲ ପାଇଁ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
୨୦୧୯ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦେଇ ନିର୍ବାଚନ ଲଢ଼ିଥିବା ଅଭିଯୋଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେଡିର ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଏହି ମାମଲାରେ କୋର୍ଟ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
ବିଧାୟକ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା
Popular Categories



