www.samajalive.in
Monday, December 15, 2025
26.1 C
Bhubaneswar

ଚାରିଛକରେ ପୁଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ

ହରଭଙ୍ଗା :  ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ଵରେ ଶୁକ୍ରବାର ଚାରିଛକ ହାଇସ୍କୁଲରେ ସାଇବର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ସାଇବର ରଥ ହାଇସ୍କୁଲରେ ପହଞ୍ଚିବା ପରେ ସେଠାରେ ସ୍ୱାଗତ କରିବା ସହ ଏକ ସଭା ଅନୁଷ୍ଠିତ ହୋଇଥିଲା । ଥାନା ଅଧିକାରୀ ଶ୍ରୀ ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ହରଭଙ୍ଗା ବିଇଓ ଅଜୟ କୁମାର ଲୁହା, ସମ୍ମାନିତ ଅତିଥି ଭାବେ ଚାରିଛକ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗୁଣନିଧିସାହୁ, ଚାରିଛକ ଏମଇ ସ୍କୁଲ ପ୍ରଧାନ ଶିକ୍ଷକ ନିର୍ମଳ ରଣା,ଏସଆଇ ତୁଳାରାମ ମହାନନନ୍ଦିଆ, ସସ୍ମିତା ମଗର ପ୍ରମୁଖ ମଞ୍ଚାସୀନ ଥିଲେ। ଉପସ୍ଥିତ ଅତିଥି ମାନେ ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ଆର୍ଥିକ କାରବାର, ଅନଲାଇନ୍ ସପିଙ୍ଗ୍‌, କେୱାଇସି, ଆଧାର, ପାନ୍‌, ସର୍ଚ୍ଚ ଇଞ୍ଜିନ୍ ବ୍ୟବହାର, ନିଯୁକ୍ତି, ଲୋନ୍ ଆପ୍‌, ମୋବାଇଲ ଟାୱାର ପ୍ରତିଷ୍ଠା କ୍ଷେତ୍ରରେ ହେଉଥିବା ଠକେଇରୁ ସତର୍କ ରହିବା ପାଇଁ ନିଜର ଅଭିଭାଷଣ ରଖିଥିଲେ। ଏହାସହ ପୁଲିସ ପକ୍ଷରୁ ଛାତ୍ରଛାତ୍ରୀଙ୍କୁନେଇ ବିଭିନ୍ନ ପ୍ରତିଯୋଗୀତା ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୁଣା କଟକ ଥାନାର ସମସ୍ତ କର୍ମଚାରୀ ସାହାଯ୍ୟ ସହଯୋଗ କରିଥିଲେ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories