ବଲାଙ୍ଗିର: ବଲାଙ୍ଗିର ପୌରାଧ୍ୟକ୍ଷା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ସ୍ଥାନୀୟ ହାଟପଦାରେ ଥିବା ପାର୍କକୁ ସନ୍ଧ୍ୟା ସମୟରେ ମଧ୍ୟ ଖୋଲା ରଖିବାକୁ ପୌରାଧ୍ୟକ୍ଷା ଲିକା ସାହୁ ଘୋଷଣା କରିଛନ୍ତି। ଏଥିସହିତ ପାର୍କରେ ଥିବା ବିଜୁଳି ସମସ୍ୟା ହେବ ନାହିଁ। ସେଥିପାଇଁ ଇନ୍ଭଟର୍(ବିକଳ୍ପ ବିଜୁଳି) ସୁବିଧା ସହ ପାର୍କ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ଉପସ୍ଥିତିରେ ଖୋଲା ଯାଇଛି। ଯୁବନେତା ଲୋଟସ୍ ଷଡଙ୍ଗୀଙ୍କ ସଭାପତିତ୍ୱରେ ପାର୍କ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସହ କାଉନ୍ସିଲର୍ ଶମ୍ଭୁ ନାଗ, ପିଙ୍କି କବାଟ, ନନ୍ଦିନୀ ପୋଢ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।
Popular Categories



