mission shakti banner

ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟିବେ ହସିନ୍‌

BSKY banner  750×100
0

କଲକାତା: ଭାରତୀୟ କ୍ରିକେଟ ତାରକା ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନ୍‌ ଜାହାଁଙ୍କ ମଧ୍ୟରେ ବିବାଦ ଏକ ନୂଆ ମୋଡ଼ ନେବାକୁ ଯାଉଛି। ଶୁକ୍ରବାର ରାଜ୍ୟ ସଚିବାଳୟରେ ହସିନ୍‌ଙ୍କୁ ଭେଟି ତାଙ୍କ ଅଭିଯୋଗ ଶୁଣିବା ପାଇଁ ରାଜି ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବରୁ ହସିନ୍‌ କହିଥିଲେ ଯେ ଅତ୍ୟାଚାରୀ ପତି ସାମିଙ୍କ ବିରୋଧରେ ତାଙ୍କ ଲଢ଼େଇରେ ସେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହଯୋଗ ଚାହାନ୍ତି।
ସାମ୍ବାଦିକମାନଙ୍କୁ ହସିନ୍‌ ଜାହାଁ କହିଛନ୍ତି, ବୁଧବାର ସକାଳୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୋତେ ଫୋନ୍‌ ଆସିଥିଲା। ଅଧିକାରୀଜଣକ କହିଥିଲେ ଯେ ମୋତେ ଭେଟିବା ପାଇଁ ଶୁକ୍ରବାର ଦିନ ଧାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ; ଗୃହ ବିଭାଗ ମୁଖ୍ୟମନ୍ତ୍ରୀ ମମତାଙ୍କ ପାଖରେ ଅଛି। ମାର୍ଚ୍ଚ ୧୯ରେ ଆଲିପୁର ଅଦାଲତରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ବୟାନ ରଖିବା ପରେ ହସିନ୍‌ ଜାହାଁ କାଲିଘାଟସ୍ଥିତ ମୁଖ୍ୟମନ୍ତ୍ରୀ ମମତାଙ୍କ ବାସଭବନକୁ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଏକ ଆବେଦନ ପତ୍ର ଦେଇଥିଲେ। ମଙ୍ଗଳବାର ହସିନ୍‌ ଅଭିଯୋଗ କରିଥିଲେ ଯେ ପତି ସାମି ତାଙ୍କୁ ଆର୍ଥିକ ସମର୍ଥନ ଦେବା ବନ୍ଦ କରି ଦେଇଛନ୍ତି। ସାମି ଦେଇଥିବା ୧ ଲକ୍ଷ ଟଙ୍କାର ଏକ ଚେକ୍‌ ନେଇ ବ୍ୟାଙ୍କ୍‌କୁ ଯାଇଥିଲେ ହେଁ ଟଙ୍କାଦେବା ବନ୍ଦ କରିବାକୁ ବ୍ୟାଙ୍କ୍‌କୁ କୁହା ଯାଇଥିବା ସେ ଜାଣିବାକୁ ପାଇଥିଲେ। ପୂର୍ବରୁ କଲକାତା ପୁଲିସ ହସିନ୍‌ଙ୍କ ଅଭିଯୋଗ ଭିତ୍ତିରେ ସାମିଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛି। ତାଙ୍କ ବିରୋଧରେ ଘରୋଇ ହିଂସା, ହତ୍ୟା ଉଦ୍ୟମ, ଶାରୀରିକ ନିର୍ଯାତନା, ଅପରାଧିକ ଷଡ଼ଯନ୍ତ୍ର ପ୍ରଭୃତି ଦଫା ଲଗାଯାଇଛି। ପୁଣି ସାମିଙ୍କ ବଡ଼ଭାଇଙ୍କ ନାମରେ ବଳାତ୍କାର ମାମଲା ରୁଜ୍ଜୁ ହୋଇଛି।

Leave A Reply