www.samajalive.in
Saturday, December 6, 2025
14.1 C
Bhubaneswar

ଡିଭୋର୍ସ ପାର୍ଟି ଦେଇ ଚର୍ଚ୍ଚାରେ ଯୁବକ

ନୂଆଦିଲ୍ଲୀ : ଡିଭୋର୍ସ ପାର୍ଟି ଦେଇ ଚର୍ଚ୍ଚାରେ ଯୁବକ। ବିବାହ, ବିବାହ ବାଷିକୀ, ଜନ୍ମ ଦିନରେ ଲୋକେ ସାଧାରଣତଃ ପାର୍ଟି ଦେବା ଆପଣମାନେ ଶୁଣିଥିବେ। କିନ୍ତୁ ହରିଆଣାର ଜଣେ ଯୁବକ ନିଜ ବିବାହ ବିଛେଦରେ ଲୋକଙ୍କୁ ଭୋଜି ନେଇ ଚର୍ଚ୍ଚାର  ପରିସରକୁ ଆସିଛନ୍ତି। କଥାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ କଥାଟା ସତ। ୨୦୨୦ ମସିହାରେ ହରିୟାଣାର ଯୁବକ ମନ୍ଜିତ୍ କୋମଲଙ୍କୁ ରୀତିନୀତିରେ ବିବାହ କରିଥିଲେ। ବାହାଘରର କିଛି ଦିନ ଉଭୟ ଖୁସିରେ ଜୀବନ ବିତାଉଥିଲେ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟ ମନମାଳିନ୍ୟ ଦେଖାଦେଇଥିଲା। ଶେଷରେ ସେମାନେ ଛାଡପତ୍ର ନେବାକୁ ସ୍ଥିର କରିଥିଲେ। ତେବେ ଛାଡପତ୍ର ନେବା ପରେ ମନଜିତ୍ ଏକ ଡିଭୋର୍ସ ପାର୍ଟି ରଖିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ଡିଭୋର୍ସ ପାର୍ଟିରେ ସେ ନିଜ ବାହାଘର ବେଳର ଫଟୋ, ବିବାହ ତାରିଖ ଆଦି ପୋଷ୍ଟର ଲଗାଇଥିଲେ। ଏପରିକି କେକ୍ ମଧ୍ୟ କାଟିଥିଲେ। କେବଳ ସେତିକି ନୁହେଁ, ସେ ପାର୍ଟିକୁ ଏକ ପ୍ରତିମୂର୍ତ୍ତି ମଧ୍ୟ ଆଣିଥିଲେ। ଯାହାକି ତାଙ୍କର ପୂର୍ବତନ ପତ୍ନୀଙ୍କର ଥିଲା। ବେକରେ ଫୁଲ ପକାଇ ସେ ପ୍ରତିମୂର୍ତ୍ତି ସହ ପୋଜ୍ ଦେଇ ଫଟୋ ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories