www.samajalive.in
Saturday, December 6, 2025
14.1 C
Bhubaneswar

ଆଇପିଏସ୍‍ ଆତ୍ମହତ୍ୟା ମାମଲା: ଛୁଟିରେ ଗଲେ ହରିୟାଣା ଡିଜିପି ଶତ୍ରୁଜିତ କପୁର

ସମାଜ ଡିଜିଟାଲ ଡେସ୍କ: ହରିୟାଣାରେ ଆଇପିଏସ୍‍ ପୁରନ କୁମାର ଆତ୍ମହତ୍ୟା ମାମଲାରେ ଡିଜିପିଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର । ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଯାଇଥିବା ସୂଚନା ମିଳିଛି । ଗତ ୭ତାରିଖ ଦିନ ଚଣ୍ଡିଗଡ ସ୍ଥିତ ବାସଭବନରେ ସର୍ଭିସ ରିଭରଭଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ ଆଇପିଏସ ୱାଇ.ପୁରନ କୁମାର । ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ ପୁରନ । ଯେଉଁଥିରେ ସେ ଡିଜିପିଙ୍କ ସମେତ ୭ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦାୟୀ କରିଥିଲେ । ଏହାପରେ ଜୋର ଧରିଥିଲା ହରିୟାଣା ଡିଜିପି ଶତ୍ରୁଜିତ ସିଂହ କପୁରଙ୍କୁ ବରଖାସ୍ତ ଦାବି । ଏଥିପାଇଁ ୪୮ଘଣ୍ଟାର ମହଲତ୍‍ ଦେଇଥିଲା ମହାପଞ୍ଚାୟତ । ଡିଜିପିଙ୍କୁ ନହଟାଇଲେ ବଡ ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେବୁ ବୋଲି ମହାପଞ୍ଚାୟତ ଚେତାବନୀ ଦେଇଥବଲା । ଫଳରେ ରାଜ୍ୟ ସରକାର ବାଧ୍ୟ ହୋଇ ଏବେ ଡିଜିପିଙ୍କୁ ଛୁଟିରେ ପଠାଇଛନ୍ତି ।
ପରିବାରର ଅଭିଯୋଗ ଅନୁଯାୟୀ ଡିଜିପିଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ପୁରନ ଆତ୍ମହତ୍ୟା କରିଛନ୍ତି । ଏଥିରେ କୌଣସି ବରିଷ୍ଠ ଅଧିକାରୀଙ୍କୁ ଛଡାଯିବ ନାହିଁ ବୋଲି ପୁରିବାର ସଦସ୍ୟ କହିଛନ୍ତି । ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ତେବେ ଏହା ପୂର୍ବରୁ ପୁରନଙ୍କ ଶବ ବ୍ୟବଚ୍ଛେଦ ପାଇଁ ପରିବାର ସହମତି ମାଗିଛନ୍ତି ସରକାର । କିନ୍ତୁ ପୁରନଙ୍କ ପତ୍ନୀ ଏଥିରେ ସିଧା ମନା କରିଛନ୍ତି । ସରକାରୀ ଅଧିକାରୀ ମାନେ ତାଙ୍କୁ ମନାଇବାକୁ ପ୍ରୟାସ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories