www.samajalive.in
Saturday, December 6, 2025
26.1 C
Bhubaneswar

୨-୦ରେ ଶୃଙ୍ଖଳା ବିଜୟଠାରୁ ୫୮ ରନ୍‌ ଦୂରରେ ଭାରତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଚଳିତ ଦ୍ବିତୀୟ ଟେଷ୍ଟମ୍ୟାଚ୍‌କୁ ଶୀଘ୍ର ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ ଜଲ୍‌ଦି ପ୍ରଥମ ଇନିଂସ ଘୋଷଣା କରିଥିଲା। ଆଶା ନଥିଲା ଯେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍‌ ଦୁଇଟି ଇନିଂସକୁ ମିଶାଇ ୨୦୦ରୁ ଅଧିକ ଓଭର ବ୍ୟାଟିଂ କରିବେ। ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍‌ର ଶେଷ ୨ ୱିକେଟ୍‌ ୨୫.୨ ଖେଳି ଦର୍ଶାଇଥିଲେ ଯେ ପିଚ୍‌ ବ୍ୟାଟିଂ ସହାୟକ ଅଛି। ଏହାସତ୍ତ୍ବେ ୨ୟ ଇନିଂସରେ ୱେଷ୍ଟଇଣ୍ଡିଜ୍‌କୁ ଭାରତ ଫଲୋଅନ୍‌ ଦେଇଥିଲା। ୩୫ ରନ୍‌ରେ ୱେଷ୍ଟଇଣ୍ଡିଜ୍‌ ୨ଟି ୱିକେ୍‌ଟ ହରାଇବା ପରେ ଜନ୍‌ କ୍ୟାମ୍ପବେଲ୍‌ ଓ ସୈ ହୋପ୍‌ ଶତକ ହାସଲ କରିଥିଲେ। ତଥାପି ଭାରତ ପାଖରେ ୪ର୍ଥ ଦିନରେ ମ୍ୟାଚ୍‌ ଜିତିବାର ସୁଯୋଗ ଥିଲା। ହେଲେ ୱେଷ୍ଟଇଣ୍ଡିଜ୍‌ ଶେଷ ୱିକେଟ୍‌ରେ ୭୯ ରନ୍‌ ଯୋଡ଼ି ମ୍ୟାଚ୍‌କୁ ୫ମ ଦିନକୁ ନେଇ ପାରିଛନ୍ତି। ୨ୟ ଇନିଂସରେ ୱେଷ୍ଟଇଣ୍ଡିଜ୍‌ ୩୯୦ ରନ୍‌କରି ୧୨୦ ରନ୍‌ ଆଗରେ ରହିଥିଲା। ୨-୦ରେ ଟେଷ୍ଟ ଶୃଙ୍ଖଳା ପୋଛିବା ପାଇଁ ଭାରତକୁ ୧୨୧ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ସୋମବାର ୪ର୍ଥ ଦିନ ଶେଷରେ ଭାରତ ଦ୍ବିତୀୟ ଇନିଂସରେ ୧ ୱିକେଟ୍‌ରେ ୬୩ ରନ୍‌ କରିପାରିଛି। ୨-୦ରେ ଶୃଙ୍ଖଳା ପୋଛିବା ପାଇଁ ଭାରତକୁ ଆଉ ୫୮ ରନ୍‌ ଆବଶ୍ୟକ।

୪ର୍ଥ ଦିନରେ ହିଁ ୨ୟ ଇନିଂସରେ ୧୨୧ ରନ୍‌ ବିଜୟଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟ​‌େ​‌ର ଭାରତୀୟ ଓପ୍‌ନର ଯଶସ୍ବୀ ଜୟସୱାଲ ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଓଭରରେ ୨ଟି ଚୌକା ମାରିବା ପରେ ୨ୟ ଓଭରରେ ଜୋମେଲ୍‌ ୱାରିକାନ୍‌ଙ୍କୁ ଛକା ମାରିବା ପ୍ରୟାସରେ ବାଉଣ୍ଡରୀରେ କ୍ୟାଚ୍‌ ଦେଇଥିଲେ। ପରେ ଅନ୍ୟ ଓପ୍‌ନର କେ.ଏଲ୍‌. ରାହୁଲ ୨ଟି ଚୌକା ସହ ୨୫ ଓ ସାଇ ସୁଦର୍ଶନ ୫ଟି ଚୌକା ସହ ୩୦ ରନ୍‌କରି ଅପରାଜିତ ଅଛନ୍ତି। ୱେଷ୍ଟଇଣ୍ଡିଜ୍‌ ତୃତୀୟ ଦିନ ଶେଷରେ ୨ୟ ଇନିଂସରେ ୨ ୱିକେଟ ହରାଇ ୧୭୩ ରନ୍‌ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ ଜନ୍‌ କ୍ୟାମ୍ପବେଲ୍‌ ଓ ସୈ ହୋପ୍‌ ୪ର୍ଥ ଦିନରେ ଶତକ ପୂରଣ କରିଥିଲେ। ବାମହାତି ଜନ୍‌ କ୍ୟାମ୍ପବେଲ୍‌ ଜୀବନର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିବା ବେଳେ ହୋପ୍‌ ୮ ବର୍ଷ ପରେ ଟେଷ୍ଟ ଶତକ ହାସଲ କରିଥିଲେ। ଦୁହେଁ ୪୯ ଓଭର ବ୍ୟାଟିଂକରି ୩ୟ ୱିକେଟ୍‌ ପାଇଁ ୧୭୭ ରନ୍‌ ଯୋଡ଼ିଥିଲେ। ବାମହାତି କ୍ୟାମ୍ପବେଲ ୧୯୯ ବଲ୍‌ରୁ ୩ଟି ଛକା ଓ ୧୨ଟି ଚୌକା ସହ ୧୧୫ ରନ୍‌କରି ଭୋଜନ ବିରତି ପୂର୍ବରୁ ଆଉଟ୍‌ ହୋଇଥିଲେ। ୨ୟ ଅଧିବେଶନରେ ୬ଟି ୱିକେଟ୍‌ ପଡ଼ିଥିଲା।

- Advertisement -

ହୋପ୍‌ ଓ ଅଧିନାୟକ ରୋଷ୍ଟନ ଚେଜ୍‌ ୪ର୍ଥ ୱିକେଟ୍‌ ପାଇଁ ୫୯ ରନ୍‌ ଯୋଡ଼ିଥିଲେ। ହୋପ୍‌ ୨ଟି ଛକା ଓ ୧୨ଟି ଚୌକା ସହ ୧୦୩ କରିଥିଲେ। ଏହାପରେ ୱେଷ୍ଟଇଣ୍ଡିଜ୍‌ ୪୦ ରନ୍‌ରେ ୬ଟି ୱିକେଟ୍‌ ହରାଇଥିଲା। ରୋଷ୍ଟନ ଚେଜ୍‌ ଗୋଟିଏ ଛକା ଓ ୪ଟି ଚୌକା ସହ ୪୦ ଏବଂ ଟେଭିନ୍ ଇମ୍‌ଲାକ ୧୨ ରନ୍‌ କରିଥିଲେ। ଖାରି ପିଅର୍ (୦), ଜୋମେଲ ୱାରିକାନ୍ (୩) ଓ ଆଣ୍ଡରସନ୍‌ ଫିଲିପ୍ (୨) ଜଲ୍‌ଦି ଆଉଟ୍‌ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ ୩୧୧ ରନ୍‌ରେ ୯ଟି ୱିକେଟ୍‌ ହରାଇବା ପରେ ଶେଷ ୱିକେଟ୍‌ ଯୋଡ଼ି ଜଷ୍ଟିନ୍ ଗ୍ରିଭ୍‌ସ ଓ ୧୧ନଂ ବ୍ୟାଟ୍‌ସମ୍ୟାନ ଜେଡେନ୍‌ ସିଲ୍‌ସ ୨୨ ଓଭର ବ୍ୟାଟିଂ କରି ୭୯ ରନ୍‌ ଯୋଡ଼ିଥିଲେ। ସିଲ୍‌ସ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୨ ରନ୍‌କରି ଅନ୍ତିମ ବ୍ୟାଟ୍‌ସମ୍ୟାନ ଭାବେ ଆଉଟ୍‌ ହୋଇଥିଲେ। ଗ୍ରିଭ୍‌ସ ୩ଟି ଚୌକା ସହ ୫୦ ରନ୍‌କରି ଅପରାଜିତ ଥିଲେ। କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍‌ରା ୩ଟି ଲେଖାଏଁ ଏବଂ ମହମ୍ମଦ ସିରାଜ୍‌ ୨ଟି ୱିକେଟ୍‌ ନେଇଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories