www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନ ସାମ୍ନାରେ ଭାରତକୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ବିଶ୍ୱ ମଞ୍ଚରେ ଭାରତକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇଜିପ୍ଟର ଗାଜା ଶାନ୍ତି ସମ୍ମିଳନୀରେ ପାକିସ୍ତାନ ସମ୍ମୁଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ପ୍ରଶଂସା କରିଛନ୍ତି । ଟ୍ରମ୍ପ ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁତ ଭଲ ବନ୍ଧୁ ବୋଲି କହିଛନ୍ତି ।
ସୋମବାର ଇଜିପ୍ଟର ଶର୍ମ ଏଲ୍‍- ଶେଖରେ ଗାଜା ଶାନ୍ତି ସମ୍ମିଳନୀ ସମୟରେ ସେ ଏହି ମନ୍ତବ୍ୟ ଦେଇଥିଲେ ଏବଂ ଆଶ ପ୍ରକାଶ କରିଥିଲେ ଯେ ଭାରତ ଏବଂ ପାକିସ୍ତାନ ଭଲ ସମ୍ପର୍କ ରଖିବେ ଓ ଏକାଠି ଭଲ ଭାବରେ ରହିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ବହୁତ ପ୍ରଗତି କରୁଛି ବୋଲି ଟ୍ରମ୍ପ କହିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଉପସ୍ଥିତିରେ ଟ୍ରମ୍ପ ଭାରତକୁ ପ୍ରଶଂସା କରିବାରେ ଲାଗିଥିଲେ । ଭାରତ ପାକିସ୍ତାନ ଭଲ ସମ୍ପର୍କ ରଖିବେ ବୋଲି ଟ୍ରମ୍ପ କହିବା ବେଳେ ହସି ହସି ହଁ ମାରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ  । ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ପାଇଁ ଫୁଣି ଥରେ ଦାବି ରଖିଛନ୍ତି ଶେହବାଜ । ଏହି ସମୟରେ ତାଙ୍କ ଭାଷଣ ସ୍ପଷ୍ଟ ଭାବେ ଦର୍ଶାଉଥିଲା ଯେ ଶେହବାଜ ସରିଫ ଆମେରିକା ପ୍ରଶାସନକୁ ସନ୍ତୁଷ୍ଟ କରିବା ଏବଂ ଭାରତ ବିରୋଧରେ ତାଙ୍କର ପରାଜୟକୁ ଲୁଚାଇବା ପାଇଁ ଟ୍ରମ୍ପଙ୍କ ମହତ୍ୱାକାଂକ୍ଷାକୁ ପ୍ରୋତ୍ସାହିତ କରୁଥିଲେ । ଶେହବାଜ ସରିଫ୍‍ କହିଛନ୍ତି ଯେ ଟ୍ରମ୍ପ ଆଜି ଶାନ୍ତିର ସର୍ବଶ୍ରେଷ୍ଠ ନେତା । ସେ ତାଙ୍କର କୂଟନୈତିକ ପ୍ରୟାସ ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧର ସମ୍ଭାବନାକୁ ଦୂର କରିଦେଇଥିଲେ । ଗାଜା ସଙ୍କଟ ପରିଚାଳନାରେ ଟ୍ରମ୍ପଙ୍କ ଭୂମିକା ମଧ୍ୟ ଐତିହାସିକ ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories