www.samajalive.in
Friday, December 5, 2025
23.1 C
Bhubaneswar

ବିକଳ୍ପ ଖୋଜୁଛି ବିଜେଡି; ଆଜି ହୋଇପାରେ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ କିଏ ହେବେ ବିଜେଡି ପ୍ରାର୍ଥୀ? ସମ୍ଭାବ୍ୟ ପ୍ରାର୍ଥୀ ଜୟ ଢୋଲକିଆ ବିଜେପିକୁ ଯିବା ପରେ ବିକଳ୍ପ ପ୍ରାର୍ଥୀ ଖୋଜୁଛି ଦଳ। ମଙ୍ଗଳବାର ସୁଦ୍ଧା ପ୍ରାର୍ଥୀ ମନୋନୟନ କସରତ ଶେଷ କରିବାକୁ କୋର୍‌ ଟିମ୍‌କୁ ସଭାପତି ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିବା ବେଳେ ନେତାମାନେ ଘନଘନ ବୈଠକ ଚଳାଇଛନ୍ତି। ବରିଷ୍ଠ ନେତାମାନେ ନୂଆପଡ଼ା ଗସ୍ତ କରି ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ସହ ମାନସମନ୍ଥନ କରୁଛନ୍ତି। ରୁଦ୍ଧଦ୍ବାର ବୈଠକ ବି ହେଉଛି। ମଙ୍ଗଳବାର କୋର୍‌ ଟିମ୍‌ ସଦସ୍ୟ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରଦାନ କରିବା ପରେ ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଜୟ ପଦ୍ମ ଧରିଥିବାରୁ ଖୁବ୍‌ଶୀଘ୍ର ବିଜେପି ତାଙ୍କୁ ଉପନିର୍ବାଚନ ପ୍ରାର୍ଥୀ କରିପାରେ। ଜୟଙ୍କ ବିରୋଧରେ କାହାକୁ ବିଜେଡି ମଇଦାନକୁ ଓହ୍ଲାଇବ, ସେନେଇ କସରତ ଜାରି ରଖିଛି। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀ ଖୋଜୁଛନ୍ତି ଦଳର ବରି‌ଷ୍ଠ ନେତା। ଏଥିପାଇଁ ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ମତାମତ ନିଆଯାଉଛି। ପ୍ରାର୍ଥୀ ମନୋନୟନ ପାଇଁ ନବୀନ ବରିଷ୍ଠ ନେତାଙ୍କୁ ନେଇ କୋର୍‌ ଟିମ୍‌ ଗଠନ କରିଛନ୍ତି। ଏହି ଟିମ୍‌ ସଦସ୍ୟ ନୂଆପଡ଼ାରେ ମାରାଥନ ବୈଠକ କରିଛନ୍ତି। କର୍ମୀ ଓ ନେତାଙ୍କ ସହ ପ୍ରାର୍ଥୀ ସମ୍ପର୍କରେ ମତାମତ ନେଇଛନ୍ତି। ୪ରୁ ୫ ଜଣଙ୍କ ନାଁକୁ ନେଇ ଆଲୋଚନା ହେଉଥିବାବେଳେ ମଙ୍ଗଳବାର କୋର୍‌ ଟିମ୍‌ ନବୀନଙ୍କୁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରଦାନ କରିବ। ଏହା ଉପରେ ନବୀନଙ୍କ ମୋହର ବାଜି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ସୂଚନାଥାଉକି, ଜୟ ଢ଼ୋଲକିଆ ବିଜେପିକୁ ଡିଆଁ ମାରିବା ପରେ ସେଠାରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତି ଜିଲା ବିଜେଡିର ପୂର୍ବତନ ସଭାପତି ମନୋଜ ମିଶ୍ର। ସେ କୋର୍‌ଟିମ୍‌‌ ସଦସ୍ୟଙ୍କୁ ଭେଟି ଆଲୋଚନା କରିଥିବା ଶୁଣିବାକୁ ମିଳୁଛି।

- Advertisement -

ସେହିପରି ଜିଲା ବିଜେଡି ସଭାପତି ଅବନୀ ଯୋଶୀ, ସରୋଜିନୀ ମାଝୀ ଓ ଜିଲା ଆଦିବାସୀ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀଙ୍କ ସମେତ ବିଜେପିର ପ୍ରସନ୍ନ ପାଢ଼ୀ(ଅସନ୍ତୁଷ୍ଟ ନେତା)ଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। କୋର୍ କମିଟି ନବୀନଙ୍କୁ ରିପୋର୍ଟ ଦେବା ପରେ କିଏ ନୂଆପଡ଼ାରେ ବିଜେଡିରୁ ଲଢ଼ିବ ତାହା ସ୍ପଷ୍ଟ ହେବ।
ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନରେ ନୂଆପଡ଼ାବାସୀ ନବୀନଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଭୋଟ୍‌ ଦେଇଥିଲେ। ନବୀନଙ୍କ ନେତୃତ୍ବରେ ନୂଆପଡ଼ା ଜିଲାର ସାମଗ୍ରିକ ବିକାଶର ମୂଳଦୁଆ ପକାଇଥିଲେ ସ୍ବର୍ଗତ ଢୋଲକିଆ। ନୂଆପଡ଼ାର ଭୋଟର ଏକ ବିଚାର ଓ ଆଦର୍ଶ ସହ ରହିବେ ଏବଂ ନବୀନଙ୍କ ନେତୃତ୍ବ ପଛରେ ଦୃଢ଼ ଭାବେ ଛିଡ଼ା ହେବେ। ପ୍ରାର୍ଥୀ ମନୋନୟନ ପାଇଁ ସମସ୍ତ ପ୍ରମୁଖ ନେତୃମଣ୍ଡଳୀ ଓ କର୍ମୀଙ୍କ ମତାମତ ନିଆଯାଉଛି। ମଙ୍ଗଳବାର ରାଜ୍ୟ ସଭାପତିଙ୍କୁ ଏନେଇ ଅବଗତ କରାଯିବ। ଏହାପରେ ପ୍ରାର୍ଥୀ ଘୋଷଣା ହେବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories