www.samajalive.in
Friday, December 5, 2025
23.1 C
Bhubaneswar

ମଙ୍ଗଳବାର ରାଶିଫଳ: ଅଶାନ୍ତି ଦୂର ହେବ

ମେଷ: ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭ କାର୍ଯ୍ୟ ସମ୍ପାଦିତ ହେବ। ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ ଫଳ।

ବୃଷ: କୃତ୍ତିକା ଓ ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି ନାନା ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରୁ ଲାଭବାନ୍‌ ହେବେ। ରୋହିଣୀ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

- Advertisement -

ମିଥୁନ: ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି କଠିନ ପରିଶ୍ରମର ସମ୍ମୁଖୀନ ହୋଇ ଧନ ଅର୍ଜନ କରିବେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭଫଳ।

କର୍କଟ: ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ବହୁ ଉପାୟରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିବେ। ଅଶାନ୍ତି ଦୂର ହେବ। ଦେବଦର୍ଶନ ପାଇ ତୃପ୍ତି ଲାଭ କରିବେ। ପୁନର୍ବସୁ ଓ ଅଶ୍ଲେଷାର ସାମନ୍ୟ ଶୁଭ।

ସିଂହ: ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ବିଭିନ୍ନ ସୂତ୍ରରୁ ଧନାଗମ ହେବ। କର୍ମଚଞ୍ଚଳ ରହିବେ। କୀର୍ତ୍ତିମାନ୍ ହୋଇପାରନ୍ତି। ସହିଷ୍ଣୁ ହେବେ। ମନ ପ୍ରଫୁଲ୍ଲ ରହିବ। ପୁର୍ବାଫାଲ୍‌ଗୁନୀର ସାମାନ୍ୟ ଶୁଭ।

କନ୍ୟା: ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଆୟ ଆଶାନୁରୂପ ହେବ। ବନ୍ଧୁ ଓ ସରକାରୀ ସହାୟତାରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ହସ୍ତା ନକ୍ଷତ୍ରର ସାମାନ୍ୟ ଶୁଭ।

ତୁଳା: ଚିତ୍ରା ଓ ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ବିଶାଖା ନକ୍ଷତ୍ରର ସାମନ୍ୟ ଶୁଭ।

ବିଛା: ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି କର୍ମଚଞ୍ଚଳ ରହିବେ। ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭାଗୀୟ ସ୍ତରରେ ସମ୍ମାନିତ ​‌େହବେ। ଜ୍ୟେଷ୍ଠା ଓ ବିଶାଖାର ସାମାନ୍ୟ ଶୁଭ।

ଧୁନ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଆର୍ଥିକ ସ୍ଥିତିକୁ ଉଚ୍ଚମାନର କରିପାରନ୍ତି। କୁଳ ପ୍ରଦୀପ ହେବେ। ଦୟାର୍ଦ୍ରଚିତ୍ତ ହେବେ। ପୂର୍ବାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭ।

ମକର: ଉତ୍ତରଷାଢ଼ା ଓ ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଆଶ୍ରିତମାନଙ୍କର ନମସ୍ୟ ହେବେ। କାର୍ଯ୍ୟର ସଫଳ ରୂପାୟନ କରିବେ। ଶ୍ରବଣା ନକ୍ଷତ୍ରର ସାମାନ୍ୟ ଶୁଭ।

କୁମ୍ଭ: ଧନିଷ୍ଠା ଓ ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। କୌଣସି ଆଶା ନରଖି ଅନ୍ୟକୁ ସାହାଯ୍ୟ କରିବେ। ପୂର୍ବଭାଦ୍ର ନକ୍ଷତ୍ର ସତର୍କରେ ଚଳିବେ।

ମୀନ: ଉତ୍ତରାଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ଜଣେ ସେବାକାରୀଭାବେ ସମ୍ମାନିତ ହେବା ସହିତ ପ୍ରଶଂସାର ପାତ୍ର ହେବେ। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories