www.samajalive.in
Friday, December 5, 2025
23.1 C
Bhubaneswar

ଓଡ଼ିଶାର ୮ ଜିଲାରେ ବିହାରୀ ଅପରାଧୀଙ୍କ ରାଜ୍: ଚୌଦ୍ବାର ଜେଲ୍‌ରୁ ଫେରାର କଏଦୀଙ୍କ ପତ୍ତା ମିଳୁନି

ଭୁବନେଶ୍ବର: ଓଡ଼ିଶାର ୮ ଜିଲା ବିହାରୀ ଅପରାଧୀଙ୍କ କବ୍ଜାରେ ରହିଛି। ବର୍ଷେ କି ଦୁଇ ବର୍ଷ ନୁହଁ, ପ୍ରାୟ ୩୦ ବର୍ଷ ହେବ ସେମାନେ ଏହିସବୁ ଜିଲାରେ ରାଜ୍ ଚଳାଇଛନ୍ତି। ​‌େ​ସହିପରି ଚୌଦ୍ବାର କାରାଗାରରୁ ଫେରାର କୁଖ୍ୟାତ ଦୁଇ ବିହାରୀ ଡକାୟତଙ୍କ ସମ୍ପର୍କରେ ପୁଲିସକୁ ଏଯାଏଁ କୌଣସି ସୁରାକ ମିଳିଲାନି। ସିନେମା ଷ୍ଟାଇଲରେ ଫେରାର ଅଭିଯୁକ୍ତ ଦ୍ବୟ ସତେ ଯେପରି କେଉଁଆଡ଼େ ଉଭାନ ହୋଇଯାଇଛନ୍ତି। ବିହାର ଅପରାଧୀଙ୍କ ଦ୍ବାରା ଗୋଟିଏ ପରେ ଗୋଟିଏ ଘଟଣା ଓଡ଼ିଶା ପୁଲିସର ଛବିକୁ ମଳିନ କରିଛି। ମୁଙ୍ଗେର ବନ୍ଧୁକ ଓଡ଼ିଶାରେ ଗର୍ଜୁ ଥିବା ବେଳେ ବିହାରୀ ଅପରାଧୀଙ୍କ ଦୌରାତ୍ମ୍ୟ ରାଜ୍ୟର ସାଧାରଣ ଜନତାଙ୍କୁ ଅସୁରକ୍ଷିତ କରିଛି। ଅପରାଧ ଘଟାଇ ଏହି ଅପରାଧୀମାନେ କିଛି ଘଣ୍ଟା ମଧ୍ୟରେ ବିହାର ପଳାଉଛନ୍ତି।

ସେଠାରେ ଚଢ଼ଉ କରି ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ଓଡ଼ିଶା ପୁଲିସ ନିଜକୁ ଅସୁରକ୍ଷିତ ମଣୁଥିବା କିଛି ଅଧିକାରୀ କହିଛନ୍ତି। ଓଡ଼ିଶାରେ ବିହାରୀ ଅପରାଧୀଙ୍କ ରାଜ୍‌ ଉପରେ କେବେ ରୋକ୍‌ ଲାଗିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାରେ ବିହାରୀ ଅପରାଧୀ ରାଜ୍ କରୁଛନ୍ତି। ଏହିସବୁ ଜିଲାରେ ଘଟୁଥିବା ଜୁଏଲାରୀ ଓ ବ୍ୟାଙ୍କ ଡକାୟତି ଘଟଣାରେ ବିହାର ସୁବୋଧ କୁମାର ସିଂହ ଗ୍ୟାଙ୍ଗର ସମ୍ପୃକ୍ତି ରହୁଛି। ୨୦୨୩ରେ ଯାଜପୁରରେ ଥିବା ମୁଥୁଟ ଫାଇନାନ୍ସ ସଂସ୍ଥାରୁ ଏହି ଗ୍ୟାଙ୍ଗ ୩୦ କିଲୋ ସୁନା ଅଳଙ୍କାର ଲୁଟି ନେଇଥିଲା। ସେହିପରି ଭଦ୍ରକ ଏଲ୍‌ଆଇସି ଟଙ୍କା ଡକାୟତିରୁ ଆରମ୍ଭ କରି ସମ୍ବଲପୁର, ସୁନ୍ଦରଗଡ଼ରେ ଘଟିଥିବା ଫାଇନାନ୍ସ କମ୍ପାନୀ, ବ୍ୟାଙ୍କ ଓ ଜୁଏଲାରୀ ଦୋକାନ ଡକାୟତି ଘଟଣାରେ ବିହାର ସୁବୋଧ ଗ୍ୟାଙ୍ଗର ସମ୍ପୃକ୍ତି ରହିଛି।

- Advertisement -

ଗତ ଜାନୁଆରୀ ୪ ତାରିଖରେ ପାଣିକୋଇଲିସ୍ଥିତ ପଣ୍ଡା ଜୁଏଲାରୀରୁ ୭ ଜଣ ବିହାରୀ ଅପରାଧୀ ଡକାୟତି କରିଥିଲେ। ପ୍ରାୟ ୮ କିଲୋ ସୁନା ଅଳଙ୍କାର ନେଇ ଚମ୍ପଟ ମାରିବା ବେଳେ ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଅପରାଧୀ ଗୋଷ୍ଠୀକୁ ବିରୋଧ କରିଥିଲେ। ଫଳରେ ସେମାନେ ଆଖିବୁଜା ଗୁଳି ଚଳାଇବାରୁ ୨ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା। ବନ୍ଧୁକରୁ ଗୁଳି ସରିଯିବାରୁ ଲୋକେ ଦୁଇ ଅପରାଧୀଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଯାଜପୁର ପୁଲିସ ସୁରକ୍ଷା ଦୃଷ୍ଟିରୁ ଧରାପଡ଼ିଥିବା ଦୁଇ ଡକାୟତଙ୍କୁ ଆଣି ଚୌଦ୍ବାର ମଣ୍ଡଳ କାରାଗାରରେ ରଖିଥିଲା। ପରେ ଯାଜପୁରର ଏକ ପୁଲିସ ଦଳ ପାଖାପାଖି ୧ ମାସ ବିହାରରେ ଡେରା ପକାଇବା ପରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା। ତାକୁ ଏବେ ଝାରପଡ଼ା କାରାଗାରକୁ ସ୍ଥାନାନ୍ତର କରାଯାଇଛି। ପଣ୍ଡା ଜୁଏଲାରୀ ମାମଲାରେ ଏବେ ୬ ଜଣ ଡକାୟତ ଫେରାର ରହିଛନ୍ତି। ‌େ‌ଚୗଦ୍ବାର କାରାଗାରରୁ ଫେରାଇ ଦୁଇ ଡକାୟତଙ୍କୁ ମଧ୍ୟ ଧରିବା ପାଇଁ ପୁଲିସ ପକ୍ଷରୁ ସେପରି ତତ୍ପରତା ପ୍ରକାଶ ପାଇନାହିଁ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ପାଇଁ ଦାବି ହୋଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories