www.samajalive.in
Monday, December 15, 2025
26.1 C
Bhubaneswar

ଦୁର୍ଗମାଞ୍ଚଳ ପାଇଁ ପ୍ରସ୍ତୁତ ହେଲା ସ୍ବତନ୍ତ୍ର ଶସ୍ତା ଆଣ୍ଟିନା

ଗୋପାଳପୁର: ଦୁର୍ଗମାଞ୍ଚଳରେ ମୋବାଇଲଠାରୁ ଆରମ୍ଭ କରି ଇଣ୍ଟରନେଟ ସେବା କ୍ଷେତ୍ରରେ ରହି ଆସିଥିବା ସମସ୍ୟାର ଏଣିକି ସମାଧାନ କରିପାରିବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ସାଇନ୍ସ ବିଭାଗ ପକ୍ଷରୁ ପ୍ରସ୍ତୁତ ଶସ୍ତା ଆଣ୍ଟିନା। ଏହି ଆଣ୍ଟିନା କୌଣସି ଗ୍ରାମାଞ୍ଚଳରେ କିମ୍ବା ଦୁର୍ଗମାଞ୍ଚଳରେ ଏକ ୱାଇଫାଇ ରାଉଟର କିମ୍ବା ୱାଇଫାଇ ମଡ୍ୟୁଲ ଭାବେ ବ୍ୟବହାର କରାଯାଇପାରିବ। ଏହା ବଜାରରେ ଉପଲବ୍ଧ ପାରମ୍ପରିକ ମଡେଲଠାରୁ ଅଧିକ କାର୍ଯ୍ୟକ୍ଷମ ଏବଂ ଶସ୍ତା। ପ୍ରସ୍ତୁତ ଶସ୍ତା ଆଣ୍ଟିନାରେ ୫ଜି ମୋବାଇଲ ନେଟୱାର୍କ, ରାଡାର ବ୍ୟବସ୍ଥା ଏବଂ ଅତ୍ୟାଧୁନିକ ସାଟେଲାଇଟ କମ୍ୟୁନିକେସନ ବ୍ୟବସ୍ଥା ଉପଲବ୍ଧ ରହିଛି ବୋଲି ପ୍ରକାଶ କରିଛନ୍ତି ବିଭାଗୀୟ ମୁଖ୍ୟ ଧୃବଚରଣ ପଣ୍ଡା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରୋତ୍ସାହନ ତଥା ବିଭାଗୀୟ ଅଧ୍ୟାପକ ଡା.ଦୀପକ କୁମାର ନାୟକଙ୍କ ଉଦ୍ୟମ ଏବଂ ଅନ୍ୟମାନଙ୍କ ସହାୟତାରେ ଏପରି ସଫଳତା ମିଳିଥିବା ଶ୍ରୀ ପଣ୍ଡା କହିଛନ୍ତି। ଏହି ଗବେଷଣାର ତତ୍ତ୍ବ ଅନ୍ତର୍ଜାତୀୟ ଗବେଷଣା ସନ୍ଦର୍ଭ ନେଚରର ସାଇଣ୍ଟିଫିକ ରିପୋର୍ଟରେ ପ୍ରକାଶିତ ହେବା ପରେ ଏହାକୁ ନେଇ ସଂପୃକ୍ତ ବିଭାଗ ଏବଂ ବିଶ୍ୱବିଦ୍ୟାଳୟ ପକ୍ଷରୁ ଖୁସି ପ୍ରକାଶ କରାଯାଇଛି।

ପାରମ୍ପରିକ ଆଣ୍ଟିନାର ଦର ଦୁଇରୁ ତିନି ଶହ ଟଙ୍କା ହେଉଥିବା ବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଡିଜାଇନର ଆଣ୍ଟିନା ମାତ୍ର ଶହେ ଟଙ୍କାରେ ମିଳିପାରିବ। ନୂତନ ଭାବରେ ବିକଶିତ ହୋଇଥିବା ଏହି ଆଣ୍ଟିନାର ଆକାର ୪୦ ବର୍ଗ ମି.ମି ରହିଛି। ଏହି ଉତ୍ପାଦ ବର୍ଷା ଓ ପ୍ରାକୃତିକ ପରିସ୍ଥିତିରେ ମଧ୍ୟ ଶକ୍ତିଶାଳୀ ଓ ନିର୍ଭରଯୋଗ୍ୟ ସଙ୍କେତ ଦେଇପାରିବ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁବ ଗବେଷକଙ୍କ ପାଇଁ ସିଡସ୍ ଫଣ୍ଡ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories