ବିରୋଧ ପ୍ରଦର୍ଶନକାରୀ ବିଧାୟକଙ୍କ ନିକଟରୁ ପକୁଡ଼ି କିଣିଲେ ହରିୟାଣା ମୁଖ୍ୟମନ୍ତ୍ରୀ

0

ଚଣ୍ଡିଗଡ଼ : ହରିୟାଣାର କଂଗ୍ରେସ ବିଧାୟକମାନେ ବିରୋଧ ପ୍ରଦର୍ଶନ ପୂର୍ବକ ପକୁଡ଼ି ବିକୁଥିବାବେଳେ ସେମାନଙ୍କ ନିକଟରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର ପକୁଡ଼ି କିଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପକୁଡ଼ି କିଣିବା ପରେ ମନୋହର ଲାଲ କହିଥିଲେ ଯେ ଯଦି କେହି ପକୁଡ଼ି ବିକି ରୋଜଗାର ପାଉଛି ତାହା ଭଲ କଥା । ସେମାନେ ପୂର୍ବରୁ ବେକାରୀ ଥିଲେ । ବର୍ତ୍ତମାନ ସେମାନେ ପକୁଡ଼ି ବିକିବା ଚାକିରି ପାଇଛନ୍ତି, ଏହା ବହୁତ ଭଲ କଥା । କଂଗ୍ରେସ ବିଧାୟକଙ୍କୁ କଟାକ୍ଷ କରି ମନୋହର ଲାଲ ଏହା କହିଥିଲେ । ହରିୟାଣାରେ ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ବିଧାୟକମାନେ ବିରୋଧ ପ୍ରଦର୍ଶନ ପୂର୍ବକ ପକୁଡ଼ି ଧରି ବିଧାନସଭା ଅଭିମୁଖେ ଅଗ୍ରସର ହେଉଥିଲା ବେଳେ ବାଟରେ ସେମାନଙ୍କୁ ପୁଲିସ୍‌ ଅଟକାଇଥିଲା । ଫଳରେ ରାଜ୍ୟ ବିଧାନସଭା ନିକଟରେ ସେମାନେ ବସି ପକୁଡି ବିକିବା ସହ ବିଜେପି ସରକାର ବିରୋଧରେ ସ୍ଲୋଗାନମାନ ଦେଇଥିଲେ । ହରିୟାଣା ମୁଖ୍ୟମନ୍ତ୍ରୀ ସେହି ବାଟେ ଦେଇ ବିଧାନସଭା ଯାଉଥିବା ସମୟରେ କଂଗ୍ରେସ ବିଧାୟକଙ୍କ ନିକଟରେ ଅଟକି ପକୁଡ଼ି କିଣିଥିଲେ ।

Leave A Reply