ଗୁରୁବାର ରାଶିଫଳ ( ୧୮/୦୮/୨୦୨୨)

ମେଷ : ଚିନ୍ତାଧାରା ଉନ୍ନତମାନର ହେବ। ସରକାରୀ କିମ୍ବା ବନ୍ଧୁ ସହାୟତା ମିଳିପାରେ। ଆୟ ଆଶାନୁରୂପ ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭୋଜନ ରୁଚିପୂର୍ଣ୍ଣ ହେବ।
ବୃଷ : ମୂଲ୍ୟହୀନ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ସୁଭାଷୀ ହେବେ। ଆତିଥ୍ୟରେ ଧନ ବ୍ୟୟ ହେବ।
ମିଥୁନ : ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ଓ ବେସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଚ୍ଚ ସମ୍ମାନ ଲାଭ କରିବେ। କର୍ମଚଞ୍ଚଳ ହେବେ।
କର୍କଟ : ସରକାରଙ୍କ କୃପାପାତ୍ର ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଗୃହ ପରିବେଶ ଉତ୍ତମ ମାନର ହେବ। ବହୁବିଧ ଧନର ଅଧିକାରୀ ହେବେ। କୀର୍ତ୍ତିମାନ୍ ହେବେ। ଗୁଣଜ୍ଞ ହେବେ।
ସିଂହ : କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ପ୍ରବଳ ଉଦ୍ୟୋଗୀ ଓ ପରାକ୍ରମୀ ହୋଇପାରନ୍ତି।
କନ୍ୟା : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପରୋପକାର କରି କ୍ଷତି ସହିବାର ସୂଚନା ମିଳୁଛି। ଶୁଭକାର୍ଯ୍ୟ ସ୍ଥଗିତ ରଖିବେ। ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଦାନଧର୍ମରେ ଖର୍ଚ୍ଚାନ୍ତ ହୋଇପାରନ୍ତି।
Related Posts
Comments are closed.