www.samajalive.in
Monday, December 15, 2025
27.1 C
Bhubaneswar

ଅସ୍ଥି ବିସର୍ଜନ କରି ଫେରିବା ବାଟରେ ଚାଲିଗଲା ୬ ଜଣଙ୍କ ଜୀବନ

ହରିଆଣା : ହରିଆଣା ଜିନ୍ଦ୍‍ ଗାଁ କାଣ୍ଡେଲା ନିକଟ ଜିନ୍ଦ-ଚଣ୍ଡିଗଡ ଜାତୀୟ ରାଜପଥରେ ଟାଟା ଏସି ଗାଡି ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୧୭ ଜଣ ଆହତ ହୋଇଛନ୍ତି। ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିବା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ନାରନୌନ୍ଦ ଗାଁର ବାସିନ୍ଦା ଜଣେ ପରିବାର ସଦସ୍ୟଙ୍କ ଅସ୍ଥିି ବିସର୍ଜନ ପାଇଁ ତାଙ୍କ ପରିବାରର ୨୩ ଜଣ ଟାଟା ଏସି ଗାଡିରେ ହରିଦ୍ୱାର ଅଭିମୁଖେ ଯାଉଥିଲେ। ମଙ୍ଗଳବାର ସକାଳେ ସଭିଏଁ ଘରକୁ ଫେରୁଥିଲେ। ସେହି ସମୟରେ ଜିନ୍ଦ୍‍ ଜାତୀୟ ରାଜପଥରେ ଜିନ୍ଦ୍‍ ଆଡକୁ ଯାଉଥିବା ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ ଟାଟା ଏସି ଗାଡିକୁ ଧକ୍କା ଦେଇଥିଲା।
ଖବର ପାଇବା ମାତ୍ରେ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ପରେ ଟ୍ରକ ଚାଳକ ଗାଡିକୁ ଛାଡି ଫେରାର ହୋଇଯାଇଛି । ଘଟଣାର ତଦନ୍ତ କରାଯାଉଛି।

 

- Advertisement -

 

 

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories