www.samajalive.in
Saturday, December 13, 2025
14.1 C
Bhubaneswar

ସତ କହିଲା ଭଣଜା; କରାଚିରେ ଲୁଚିଛି ଦାଉଦ୍‌ ଇବ୍ରାହିମ

ନୂଆଦିଲ୍ଲୀ: ପାକିସ୍ତାନର ଗୋଟିଏ ପରେ ଗୋଟିଏ ମିଛ ସାମ୍ନାକୁ ଆସୁଛି । ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମକୁ ନେଇ ପୁଣି ପାକିସ୍ତାନ ମିଛ କହିଥିବା ଜଣାପଡ଼ିଛି । ବର୍ତ୍ତମାନ ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ ଦାଉଦ୍‌ କରାଚିରେ ଲୁଚି ରହିଥିବା କୁହାଯାଉଛି । ଏନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ଆଗରେ ସତ କହିଛି ଦାଉଦ ଇବ୍ରାହିମର ଭଣଜା । ଭଣଜା ଅଲ୍ଲିଶାହ ପାରକର ଇଡି ଆଗରେ କହିଥିବା ସୂଚନା​‌ ଅନୁସାରେ ଯେକୌଣସି ଉତ୍ସବ ଆୟୋଜେନ ବେଳେ ଦାଉଦ ଇବ୍ରାହିମ ତା’ ପରିବାର ଓ ପତ୍ନୀଙ୍କ ସହ ସମ୍ପର୍କରେ ରୁହେ ।

ତାହାଛଡ଼ା ଭଣଜା ଅଲ୍ଳିଶାହା ଆହୁରି ମଧ୍ୟ କହିଛି ସେ ୧୯୮୬ ଯାଏ ଦକ୍ଷିଣ ମୁମ୍ବାଇର ଡମ୍ବରବାଲା ବିଲ୍ଡିଂର ଚତୁର୍ଥ ଫ୍ଲୋରରେ ରହୁଥିଲା । ହେଲେ ବର୍ତ୍ତମାନ କିଛି ସମ୍ପର୍କୀୟଙ୍କ ଠାରୁ ମୁଁ ଶୁଣିବାକୁ ପାଉଛି ସେଦ କରାଚିରେ ରହୁଛନ୍ତି ।  ତାଙ୍କ ସହ ମୋର କିମ୍ବା ମୋ ପରିବାରର ସମ୍ପର୍କ ନାହିଁ ବୋଲି ଅଲ୍ଲିଶାହା ସିଧାସିଧା କହିଛି ।

- Advertisement -

ସୂଚନା ଥାଉ କି  ଦାଉଦ ଇବ୍ରାହିମ୍‌ ହେଉଛି ଭାରତର ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ । ତାର ଭାରତ​‌ରେ ଅନେକ ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପକ୍ତି ରହିଛି ।  ଦାଉଦକୁ ଧରିବାକୁ ଦୀର୍ଘଦିନ ଧରି ଖୋଜାଖୋଜି ଜାରି ରହିଛି ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories