ଡେସ୍କ: ଆୟର୍ଲାଣ୍ଡ ଗସ୍ତରେ ଯିବାକୁ ଥିବା ଟିମ ଇଣ୍ଡିଆର ନେତୃତ୍ୱ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେଠାରେ ଭାରତ ଜୁନ୍ ୨୬ରୁ ଦୁଇଟି ଟି-ଟ୍ୱେଣ୍ଟି ଖେଳିବ। ସୂଚନା ଅନୁଯାୟୀ, ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ ଏବେ ଫିଟ ନାହାନ୍ତି ଏବଂ ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତଃ ଜୁଲାଇ ୧ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳିବା ପାଇଁ ଦଳରେ ଯୋଗଦେବେ। ଏଥିସହ ବିରାଟ କୋହଲି, ରୋହିତ ଶର୍ମା, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କ ଭଳି ପ୍ରମୁଖ ଖେଳାଳି ଇଂଲଣ୍ଡରେ ଖେଳିବେ।
କେଏଲ ରାହୁଲ ଏପର୍ଯ୍ୟନ୍ତ ଫିଟ୍ ନ ଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ମିଳିଛି। ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ସମୟରେ ଉପ-ଅଧିନାୟକ ଦାୟିତ୍ୱ ତୁଲାଇ ଥିବାରୁ ତାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି।
ସଦ୍ୟ ସମାପ୍ତ ଆଇପିଏଲ୍ ପ୍ରତିଯୋଗିତାରେ ପାଣ୍ଡ୍ୟା ହାରାହାରି ୪୪.୨୭ ରନ ରେଟ ଏବଂ ଚାରିଟି ଅର୍ଦ୍ଧଶତକ ହାସଲ କରି ୪୮୭ ରନ୍ ସଂଗ୍ରହ କରିଥିଲେ। ସେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଫାଇନାଲରେ ୧୭ ରନରେ ୩ ଉଇକେଟ ସହ ମ୍ୟାଚ୍ ଜିତିବା ସହିତ ଦଳ ପାଇଁ ଆଠଟି ୱିକେଟ୍ ନେଇଥିଲେ।
ଖେଳାଳି ତାଲିକା –
୧. ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ)
୨. ଭୁବନେଶ୍ୱର କୁମାର (ଉପ-ଅଧିନାୟକ)
୩. ଈଶାନ କିଷାନ
୪. ଋତୁରାଜ ଗାଇକୱାଡ
୫. ସଂଜୁ ସାମସନ
୬. ସୂର୍ଯ୍ୟକୁମାର ଯାଦବ
୭. ଭେଙ୍କଟେଶ ଆୟାର
୮. ଦୀପକ ହୁଡ଼ା
୯. ରାହୁଲ ତ୍ରିପାଠୀ
୧୦. ଦୀନେଶ କାର୍ତ୍ତିକ (ଉଇକେଟ ରକ୍ଷକ)
୧୧. ୟୁଯୁବେନ୍ଦ୍ର ଚହଲ
୧୨. ଅକ୍ସର ପଟେଲ
୧୩. ରବି ବିଷ୍ଣୋଇ
୧୪. ହର୍ଷଲ ପଟେଲ
୧୫. ଅବେଶ ଖାନ
୧୬. ଅର୍ଶଦୀପ ସିଂହ
୧୭. ଉମରାନ ମଲିକ



