ହରଭଙ୍ଗା: ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାଘପାଲି, ପନଖିମାଲ ଓ ବିରିଗଡ ଭଳି ତିନି ଗୋଟି ସ୍କୁଲର ୯ ଜଣ ଶିକ୍ଷକଙ୍କ କର୍ତ୍ତବ୍ୟରେ ଅବହେଳା ସେମାନଙ୍କୁ ମହଙ୍ଗା ପଡିଛି। ଶେଷରେ ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ହାଡ଼ିବନ୍ଧୁ ବେହେରା ଉକ୍ତ ସ୍କୁଲର ୩ ଜଣ ପ୍ରଧାନଶିକ୍ଷକ ଏବଂ ୦୬ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ସୂଚନା ଅନୁସାରେ ଗତ ୧୧ ଏବଂ ୧୨ ତାରିଖରେ ହରଭଙ୍ଗା ଗୋଷ୍ଠୀଶିକ୍ଷାଧିକାରୀ ବ୍ଲକର ବାଘପାଲି, ପାନଖିମାଲ ଏବଂ ବିରିଗଡ଼ ଭଳି ପୃଥକ ପୃଥକ ତିନୋଟି ସ୍କୁଲକୁ ଅଚାନକ ପରିଦର୍ଶନ କରିଥିଲେ। ସେହି ସମୟରେ ବାଘପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜୁଳା ଦେଇ କାହାକୁ ନଜଣାଇ ଅନୁପସ୍ଥିତ ଥିଲେ। ତେଣୁ ତାଙ୍କର ଦୁଇ ଦିନର ଦରମା ବନ୍ଦ କରାଯିବା ସହ ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷକ ବିରେନ ଦାସିଆ ଜାଣି ଶୁଣି ଉଚ୍ଚ କର୍ତୃପକ୍ଷଙ୍କ ଆଦେଶ ଅବମାନନା ଅଭିଯୋଗରେ ଗୋଟିଏ ଦିନର ଦରମା ବନ୍ଦ ଆଦେଶ ଦେଇଛନ୍ତି। ପନଖିମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନବୀନ ବେହେରା, ସହକାରୀ ଶିକ୍ଷକ ମିନତୀ ତ୍ରିପାଠୀ, ପ୍ରଦୀପ୍ତ କୁମାର ସାହୁଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଗୋଟିଏ ଦିନର ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ବିରିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷାଦାନ ଦିବସରେ ଜୁଲାଇ ୧୨ ତାରିଖ ଦିନ ସ୍କୁଲ ବନ୍ଦ ରଖି ଅନୁପସ୍ଥିତ ଥିବାରୁ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପଣ୍ଡା, ସହକାରୀ ଶିକ୍ଷକ ସ୍ମୃତିରେଖା ପୁହାଣ, ନଳିନୀ ମେହେର, ବୈବସୁତା ବିଶ୍ୱାଳଙ୍କ ଗୋଟିଏ ଦିନର ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ବିଇଓଙ୍କ ଏଭଳି କଡା ଆଭିମୁଖ୍ୟ ଶିକ୍ଷକମାନଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି।
ଶ୍ରାବଣର ୩ୟ ସୋମବାରରେ ଗ୍ରହଙ୍କ ଦୁର୍ଳ୍ଲଭ ସଂଯୋଗ.. ପୁଣି ରାଜଯୋଗ; ଏହି ରାଶି ହେବେ ମାଲାମାଲ୍, ମିଳିବ ଏସବୁ ଖୁସି
ଦେଖନ୍ତୁ ଭିଡିଓ ; ବିଚ୍ ରାସ୍ତାରେ ବାଇକ୍ ଆରୋହୀଙ୍କ ଉପରେ ଝାମ୍ପ ମାରିଲା ବାଘ..



