www.samajalive.in
Friday, December 5, 2025
20.1 C
Bhubaneswar

ମହୁରୀ ତାଲୁକା ଲିଆରୀ ନିଆରୀ ଚୁଡୁତିଆ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଗୋପାଳପୁର: କରାପଲ୍ଲୀ ସ୍ଥିତ ଲିଆରୀ ମଣ୍ଡପ ଠାରେ ମହୁରୀ ତାଲୁକା ଲିଆରୀ ନିଆରୀ ଚୁଡୁତିଆ ମହାସଂଘ ପକ୍ଷରୁ କେନ୍ଦ୍ର ଓ ମହୁରୀ ତାଲୁକା ସଭାପତି ପ୍ରଫୁଲ୍ଲ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଲିଆରୀ ନିଆରୀ ଚୁଡୁତିଆ ମହାସଂଘର ଆଇନ ପରାମର୍ଶଦାତା ପଞ୍ଚୁ ବେହେରାଙ୍କୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଗୋପାଳପୁର ଏନଏସି ପ୍ରତିନିଧି ଭାବେ ଦାୟିତ୍ୱ ପ୍ରଦାନ କରିଥିବାରୁ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ସହ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲାl ଏହି ଅବସରରେ ମନ୍ତୀ ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଵା ସହ ଗୋପାଳପୁର ଅଞ୍ଚଳ ଏବଂ ଲିଆରୀ ସମାଜର ରହିଥିବା ସମସ୍ୟାର ସମଧାନ ଉପରେ ଦୃଷ୍ଟି ଦେବା ସହ ମହାସଂଘର ଆବଶ୍ୟକତା ଉପରେ ଏବଂ ରହିଥିବା ଅଧୁରା କାମ ପୂର୍ଣ୍ଣ କରିବା ସହ ସମ୍ପୂର୍ଣ୍ଣ ସହଯୋଗ କରିବେ। ତାହାସହ ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନା କରିଥିଲେ।

ଏଥିରେ କେନ୍ଦ୍ରର ଉପ ସଭାପତି ବାବୁଲି ବେହେରା, ସମ୍ପାଦକ ସୁରେଶ ବେହେରା, ଉପଦେଷ୍ଠା ନରହରୀ ବେହେରା, ମହୁରୀ ତାଲୁକାର ଉପ ସଭାପତି ଦିଲ୍ଲୀପ କୁମାର ବେହେରା, ସମ୍ପାଦକ ଗୋପାଳ ବେହେରା, ସହ ସମ୍ପାଦକ ଭିକାରୀ ବେହେରା, କୋଷାଧକ୍ଷ ଶିଶିର କାନ୍ତ ବେହେରା, ଉପଦେଷ୍ଟl ଭାସ୍କର ବେହେରା, ଦୀନବନ୍ଧୁ ବେହେରା, ଆଞ୍ଚଳିକ ଅଧିକାରୀ ଟୁନା ବେହେରାଙ୍କ ସମେତ ବହୁ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories