www.samajalive.in
Saturday, December 6, 2025
14.1 C
Bhubaneswar

୩ ମହିଳାଙ୍କ ଉପରେ ଚଢିଗଲା କାର୍‌

ହରଭଙ୍ଗା : ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ବଜାରରେ ଶୁକ୍ରବାର ଅପରାହ୍ନ ସମୟରେ ୩ ଜଣ ମହିଳାଙ୍କୁ ଧକ୍କା ଦେବା ପରେ କାର ସୁନା ଦୋକାନକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ଚାରିଛକ ପାର୍ଶ୍ୱରୁ ବୌଦ୍ଧ ଆଡକୁ ଏକ କାର ଯାଉଥିଲା। ଏହି ସମୟରେ କାରଟି ପୁରୁଣାକଟକ ମାର୍କେଟ ଉପରେ ଭାରସାମ୍ୟ ହରାଇ ଏକ ସୁନା ଦୋକାନକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ସଶ୍ମିତା ବେହେରା (୧୫) ବାହାଲି, ଜୟନ୍ତୀ କହଁର (୪୫), ଦେବକୀ ବେହେରା (୨୨) ପୁରୁଣାକଟକ ତିନିଜଣ ଗୁରୁତରଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଗୁରୁତରଙ୍କ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ପଠାଇଥିବା ସୂଚନା ମିଳିଛି। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଚାଳକକୁ ଅଟକ ରଖିବା ସହ ତଦନ୍ତ କରୁଥିବା ସୂଚନା ମିଳିଛି।

ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ରେଳ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା..

ସୂର୍ଯ୍ୟ,ବୁଧଙ୍କ ରାଶି ପରିବର୍ତ୍ତନ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ସବୁ ଇଚ୍ଛା ହେବ ପୂରଣ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories