www.samajalive.in
Friday, December 5, 2025
20.1 C
Bhubaneswar

ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ରେଳ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା..

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଚଳନ୍ତା ଟ୍ରେନରେ ଜଣେ ରେଳ କର୍ମଚାରୀଙ୍କୁ କିଛି ଯାତ୍ରୀ ପିଟିପିଟି ହତ୍ୟା କରିଥିବା ଖବର ହଇଚଇ ସୃଷ୍ଟି କରିଛି।
ମିଳିଥିବା ସୂଚନାନୁଯାୟୀ, ଏହି ଘଟଣା ବିହାରର ବରୌନୀରୁ ନୂଆଦିଲ୍ଲୀ ଯାଉଥିବା ୦୨୫୬୩ ହମସଫର ଏକ୍ସପ୍ରେସରେ ଘଟିଛି । ମୃତକ ରେଳ କର୍ମଚାରୀଙ୍କ ଉପରେ ଜଣେ ନାବାଳିକାଙ୍କୁ ଅସଦାଚରଣର ଅଭିଯୋଗ ଥିଲା । ଏହି ଘଟଣାର ଏକ୍ସପ୍ରେସ ଟ୍ରେନର ଏକ ଏସି ବଗିରେ ଘଟିଥିଲା । ପୁଲିସ ମୃତକ ରେଳ କର୍ମଚାରୀ ପ୍ରଶାନ୍ତ କୁମାର ବୋଲି କହିଛି । ଏହି ଘଟଣାରେ ନାବାଳିକାଙ୍କ ମାଆ ତାଙ୍କ ଝିଅ ସହ ଅସଦାଚରଣ ନେଇ ଅଭିଯୋଗ କରିଛନ୍ତି । ସେହିପରି ମୃତ ରେଳ କର୍ମଚାରୀଙ୍କ ପରିବାର ଲୋକେ ହତ୍ୟାର ଏକ ମାମଲା ରୁଜୁ କରିଛନ୍ତି ।

ସୂର୍ଯ୍ୟ,ବୁଧଙ୍କ ରାଶି ପରିବର୍ତ୍ତନ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ସବୁ ଇଚ୍ଛା ହେବ ପୂରଣ..


ନାବାଳିକାଙ୍କ ସହ ଅଶୀଳ କଥା କହି ଅସଦାଚରଣ ଅଭିଯୋଗ ପରେ ଯାତ୍ରୀମାନେ ପ୍ରଶାନ୍ତ କୁମାରଙ୍କୁ ଅନେକ ଘଣ୍ଟା ମାଡପିଟ୍‌ କରିଥିଲେ । ଏହି ଘଟଣା ଲକ୍ଷ୍ନୌରୁ ଟ୍ରେନ ବାହାରିବା ପରେ ହିଁ ସାମ୍ନାକୁ ଆସିଥିଲା। ଏହାପରେ ହିଁ ପ୍ରଶାନ୍ତଙ୍କୁ ଯାତ୍ରୀମାନେ ମାଡପିଟ୍‌ ଆରମ୍ଭ କରିଥିଲେ । ଟ୍ରେନ କାନପୁରରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରୀମାନେ ତାଙ୍କୁ ପିଟି ଥିଲେ । ଏହାପରେ କାନପୁର ଷ୍ଟେସନରେ ଜିଆରପି ଘଟଣା ବିଷୟରେ ଖବର ପାଇ ପ୍ରଶାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
କୁହାଯାଉଛି, ଯେଉଁ ନାବାଳିକା ଝିଅ ସହ ଅସଦାଚରଣ ହୋଇଥିଲା, ସେ ଓ ତାଙ୍କ ପରିବାର ବିହାରର ସିବାନରୁ ଏହି ଟ୍ରେନରେ ଯାତ୍ରା ଆରମ୍ଭ କରିଥିଲେ । ଜିଆରପିଙ୍କ ଅନୁସାରେ ରାତି ପ୍ରାୟ ସାଢେ ୧୧ଟାରେ ବଗିରେ ଯାତ୍ରା କରୁଥିବା ନାବାଳିକାଙ୍କ ନିକଟକୁ ଯାଇ ପ୍ରଶାନ୍ତ ଦେଖିଥିଲେ ତାଙ୍କ ମାଆ ଶୌଚାଳୟକୁ ଯାଇଛନ୍ତି । ସେ ନାବାଳିକାଙ୍କୁ ନିଜ ସିଟ୍‌ ନିକଟକୁ ତାଙ୍କ ସହ ଯିବାକୁ କହିଥିଲେ । ନାବାଳିକା ତାଙ୍କ ସହ ଯିବା ପରେ ସେ ଅସଦାଚରଣ କରିଥିଲେ । ଏହାପରେ ନାବାଳିକା ଜଣକ ନିଜ ମାଆକୁ ଏ ବିଷୟରେ କହିଥିଲେ ।
ନାବାଳିକାଙ୍କ ବାପା, ଜେଜେବାପା ଏ ବିଷୟରେ ଜାଣିବା ପରେ ଅନ୍ୟ ଯାତ୍ରୀଙ୍କ ଏ ଘଟଣା ବିଷୟରେ କହିଥିଲେ । ଏହାପରେ ସମସ୍ତେ ମିଶି ରେଳ କର୍ମଚାରୀଙ୍କୁ କାନପୁର ପର୍ଯ୍ୟନ୍ତ ମାଡପିଟ୍‌ କରିଥିଲେ ।
ପରେ ଯାତ୍ରୀମାନେ ଏହି ଘଟଣା ବିଷୟରେ ରେଲୱେ କଣ୍ଟ୍ରୋଲ୍‌ ରୁମକୁ ଖବର ଦେଇଥିଲେ ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories