www.samajalive.in
Saturday, December 6, 2025
16.1 C
Bhubaneswar

ଫାଇଲରେ ଦସ୍ତଖତ କରିପାରିବେନି କେଜ୍ରିଓ୍ବାଲ, ଜାମିନ ବଦଳରେ ସୁପ୍ରିମକୋର୍ଟ ରଖିଛନ୍ତି ଏସବୁ ସର୍ତ୍ତ

ସମାଜ ଡିଜିଟାଲ ଡେସ୍କ: ସରକାରୀ ଫାଇଲ କିମ୍ବା କାଗଜପତ୍ରରେ ଦସ୍ତଖତ କରିପାରିବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ମଦ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ଜାମିନ ଦେଇଥିଲେ ହେଁ ସେ କାର୍ଯ୍ୟାଳୟକୁ ଯାଇପାରିବେନି। ଏଭଳି କିଛି ସର୍ତ୍ତ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରେ ସର୍ତ୍ତମୂଳକ ଜାମିନ ମିଳିଛି। ସର୍ତ୍ତଗୁଡ଼ିକ ମଧ୍ୟରେ ରହିଛି:-

- Advertisement -

୧- ଦୁଇଜଣ ଜାମିନଦାର ଏବଂ ୧୦ ଲକ୍ଷ ଟଙ୍କାର ମୁଚାଲିକା ଦାଖଲ କରିବେ କେଜ୍ରିଓ୍ବାଲ।

୨- ମାମଲା ସଂକ୍ରାନ୍ତରେ ସେ କୌଣସି ପ୍ରକାର ସାର୍ବଜନୀନ ମନ୍ତବ୍ୟ ଦେଇପାରିବେ ନାହିଁ।

୩- ଜେଲରୁ ବାହାରିବା ପରେ କେଜ୍ରିଓ୍ବାଲ ନିଜ କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ କି ସରକାରୀ ଫାଇଲ କିମ୍ବା କାଗଜପତ୍ରରେ ଦସ୍ତଖତ କରିବେ ନାହିଁ।

୪- ମାମଲା ସମ୍ପର୍କିତ ଫାଇଲଗୁଡ଼ିକୁ ବିଭିନ୍ନ ସୂତ୍ରରୁ ସଂଗ୍ରହ କରିପାରିବେ ନାହିଁ କିମ୍ବା ସାକ୍ଷୀମାନଙ୍କ ସହିତ କଥା ହୋଇପାରିବେ ନାହିଁ।

୫- କେଜ୍ରିଓ୍ବାଲ ତଳ କୋର୍ଟରେ ହେବାକୁ ଥିବା ସମସ୍ତ ଶୁଣାଣିରେ ହାଜର ହେବେ, ଯେପର୍ଯ୍ୟନ୍ତ ତାଙ୍କୁ ସେଥିରୁ ଛାଡ଼ ମିଳିନାହିଁ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories