www.samajalive.in
Sunday, December 14, 2025
26.1 C
Bhubaneswar

ମଡେଲ ପତ୍ନୀଙ୍କୁ ଆରିପାତରେ କାଟିଲା, ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ କରିଥିଲା ଗ୍ରାଇଣ୍ଡିଂ

ସମାଜ ଡିଜିଟାଲ ଡେସ୍କ: ପ୍ରାକୃତିକ ସୌନ୍ଦର୍ଯ୍ୟ, ଶାନ୍ତ ବାତାବରଣ ଏବଂ ଶାନ୍ତିପ୍ରିୟ ଦେଶ ଭାବେ ଜଣାଶୁଣା ସୁଇଜରଲାଣ୍ଡରୁ ଆସିଛି ଚାଞ୍ଚଲ୍ୟକର ଓ ହୃଦୟ ବିଦାରକ ଖବର। ଏଠାରେ ପୂର୍ବତନ ମିସ୍‌‌ ସୁଇଜରଲାଣ୍ଡ ଫାଇନାଲିଷ୍ଟଙ୍କ ସହ ଘଟିଛି ଭୟଙ୍କର ଓ ଲୋମହର୍ଷଣକାରୀ ଘଟଣା। ମିସ୍‌‌ ସୁଇଜରଲାଣ୍ଡ ଫାଇନାଲିଷ୍ଟଙ୍କୁ ଅତ୍ୟନ୍ତ ଭୟଙ୍କର ଭାବେ ହତ୍ୟା କରିଛନ୍ତି ଖୋଦ ତାଙ୍କ ସ୍ୱାମୀ। ଏହି ଖବର କେବଳ ସୁଇଜରଲାଣ୍ଡରେ ନୁହେଁ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ କ୍ରିଷ୍ଟିନା ଜୋକିସ୍ମୋଭିଚ୍‌‌ଙ୍କ ମୃତ ଦେହ ଗତ ଫେବୃଆରୀ ମାସରେ ତାଙ୍କ ଘରୁ ମିଳିଥିଲା। କ୍ଷତବିକ୍ଷତ ଅବସ୍ଥାରେ ତାଙ୍କ ମୃତଦେହ ଠାବ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାର ତଦନ୍ତ କରିବା ପରେ ପୁଲିସ ବର୍ତ୍ତମାନ କୋର୍ଟରେ ସାଂଘାତିକ ତଥ୍ୟ ରଖିଛି।
ସୁଇସ୍‌‌ ପୁଲିସର ସୂଚନା ଅନୁସାରେ କ୍ରିଷ୍ଟିନାଙ୍କ ସ୍ୱାମୀ ଥୋମସ୍‌‌ ପୁଲିସ ନିକଟରେ ସବୁ ସତ୍ୟ ସ୍ୱୀକାର କରିଛନ୍ତି। ପ୍ରଥମେ ସେ କହିଥିଲେ ଯେ ତାଙ୍କ ପତ୍ନୀଙ୍କୁ ଘରେ ମୃତ ଅବସ୍ଥାରେ ଦେଖି ଭୟଭୀତ ହୋଇଯାଇଥିଲେ। ଏହାପରେ ମୃତଦେହକୁ ବାହାରେ ଫିଙ୍ଗିବାକୁ ଯୋଜନା କରିଥିଲେ। ଦ୍ୱିତୀୟରେ ଥୋମାସ୍‌‌ କହିଥିଲେ ଯେ କ୍ରିଷ୍ଟିନା ପ୍ରଥମେ ତାଙ୍କୁ ଛୁରାମାଡ କରିଥିଲେ, ଯାହା ପରେ ସେ ନିଜର ଆତ୍ମରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଥୋମାସ୍‌‌ ପ୍ରଥମେ କ୍ରିଷ୍ଟିନାଙ୍କ ଗଳା କାଟି ହତ୍ୟା କରିଥିଲେ। ଏହାପରେ ପ୍ରମାଣ ନଷ୍ଟ କରିବାକୁ ସେ ମୃତଦେହକୁ ଆରିପାତରେ ଖଣ୍ଡ ଖଣ୍ଡ କାଟି ଗ୍ରାଇଣ୍ଡରରେ ପେଷ୍ଟ କରିଥିଲେ। ମୃତଦେହକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ସେ ପ୍ରୟାସ କରିଥିଲେ।

ଦେଖନ୍ତୁ ଭିଡ଼ିଓ; ଭିକ୍ଷାବୃତ୍ତି କରୁଥିବା ଝିଅର ଇଂରାଜୀ ଶୁଣି ତାଜୁବ ହେଲେ ବିଦେଶୀ ନାଗରିକ, ଦେଲେ ବଡ ଅଫର

- Advertisement -

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଥୋମାସ୍‌‌ ମାନସିକ ସ୍ତରରେ ସୁସ୍ଥ ନଥିବା ତଦନ୍ତରୁ ଜଣାପଡ଼ିଛି। ଏଭଳି କ୍ଷେତ୍ରରେ ମାମଲାରେ କୌଣସି ଚୂଡାନ୍ତ ରାୟ ପ୍ରକାଶ ପାଇନାହିଁ। କ୍ରିଷ୍ଟିନା ଓ ଥୋମାସ୍‌‌ଙ୍କର ଦୁଇଟି ସନ୍ତାନ ଥିବାବେଳେ ପରିବାର ସବୁବେଳେ ଖୁସିରେ ରହୁଥିଲେ। ଏହାରି ଭିତରେ କ୍ରିଷ୍ଟିନାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ କହି ରଖୁ ଯେ କ୍ରିିଷ୍ଟିନା ୨୦୦୭ ମସିହାରେ ମିସ୍‌‌ ନର୍ଥୱେଷ୍ଟ ସୁଇଜରଲାଣ୍ଡ ବିଜେତା ହୋଇଥିଲେ। ଏହାପରେ ସେ ମିସ୍‌‌ ସୁଇଜରଲାଣ୍ଡ ପ୍ରତିଯୋଗିତାର ଫାଇନାଲିଷ୍ଟରେ ସ୍ଥାନ ପାଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories