www.samajalive.in
Saturday, December 6, 2025
17.1 C
Bhubaneswar

ବୌଦ୍ଧରେ ଘଡିଆଳ କୁମ୍ଭୀର ବିଶେଷଜ୍ଞ ;ମହାନଦୀ ଘାଟରେ କରାଗଲା ସର୍ଭେ

ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂହପୁର ଫରେଷ୍ଟ ରେଞ୍ଜ ଅର୍ନ୍ତଗତ କରଡି, ମଙ୍ଗଳପୁର , ହାଟ ଗାଁ ଏବଂ ଶ୍ୟାମସୁନ୍ଦରପୁର ମହାନଦୀ ଘାଟ ଅଂଚଳରେ ପ୍ରତିବର୍ଷ ବନ୍ୟା ସମୟରେ ଏକ ଘଡିଆଳ କୁମ୍ଭୀର ଚଳପ୍ରଚଳକୁ ଦୃଷ୍ଟିରେ ରଖି ମଙ୍ଗଳବାର ଏକ ବିଶେଷଜ୍ଞ ଟିମ୍ ସର୍ଭେ ପାଇଁ ଭୁବନେଶ୍ୱରରୁ ବୌଦ୍ଧ ପଂହଚିଥିବା ଜଣାପଡିଛି । ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶକ୍ରମେ ଘଡିଆଳ କୁମ୍ଭୀରର ଚିରାଚରିତ ଅଭ୍ୟାସକୁ ଅନୁଧ୍ୟାନ ପାଇଁ କୁମ୍ଭୀର ବିଶେଷଜ୍ଞ ଅସହର ରଜା ଖାଁନ ଏବଂ ବନରକ୍ଷୀ ପ୍ରକାଶ କୁମାର ପ୍ରଧାନ ମହାନଦୀରେ ସମ୍ପୃକ୍ତ ଘାଟଗୁଡିକ ଡଙ୍ଗା ସାହାଯ୍ୟରେ ବୁଲି ଏହାର ସର୍ଭେ କରିଥିବା ଜଣାପଡିଛି।
ଏହା ସହିତ ଫିଜିଓକେମିକାଲ ପାରାମିଟର ସାହାଯ୍ୟରେ ଏସବୁ ଘାଟରେ ପାଣିର ଗଭୀରତା, ତାପମାତ୍ରା ଏବଂ ବିଶୁଦ୍ଧତା ଆଦି ପରୀକ୍ଷା କରିଥିଲେ। ଶେଷରେ ଏସବୁ ଗାଁରେ ରହୁଥିବା ମାଛ ଧରାଳିଙ୍କ ସହିତ କୁମ୍ଭୀରର ଗତିବିଧି ଉପରେ ଆଲୋଚନା କରିଥିଲେ।

ଅପରାହ୍ଣ ୪ଟା ମୁଖ୍ୟ ଖବର


ସୂଚନା ଥାଉ କି ପ୍ରତିବର୍ଷ ବନ୍ୟା ସମୟରେ ସାତକୋଶିଆ ମହାନଦୀ ଗଣ୍ଡ ଅଭୟାରଣ୍ୟ ସୁନାଖଣିଆ କୋର ଏରିଆରୁ ଗୋଟିଏ ଘଡିଆଳ ପ୍ରଜାତିର କୁମ୍ଭୀର ପ୍ରତିବର୍ଷ ବନ୍ୟା ସମୟରେ ନିଜ ବାସସ୍ଥଳୀଠାରୁ ଦୀର୍ଘ ୩୦ କିଲୋମିଟର ଦୂରରେ ଥିବା କରଡି, ହାଟଗାଁ, ଶ୍ୟାମସୁନ୍ଦରପୁର ଏବଂ ମଙ୍ଗଳପୁର ମହାନଦୀ ଘାଟ ଅଂଚଳର ଉପରଭାଗକୁ ଉଠିଆସେ। କେଉଁ କାରଣରୁ କୁମ୍ଭୀର ପ୍ରତିବର୍ଷ ଏଠାକୁ ଚାଲି ଆସୁଛି ସେ ଦିଗରେ ଅନୁଧ୍ୟାନ କରିବା ପାଇଁ ବୌଦ୍ଧ ଡି.ଏଫ.ଓ ମନବଳାଇଛନ୍ତି। ସାତକୋଶିଆ ଗଣ୍ଡ ଜଳ ସହିତ ଏସବୁ ଘାଟର ଜଳ ମଧ୍ୟରେ ସମାନତା ଉପରେ ଅନୁଧ୍ୟାନ କରାଯାଇଛି।

ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ: ପୁଣି ଲୁଟିଲେ..

- Advertisement -


ଏହା ସାଙ୍ଗକୁ ସାତକୋଶିଆ ଗଣ୍ଡର ଗଭୀରତା ଏବଂ ଏହି ଅଂଚଳରେ ମହାନଦୀର ଗଭୀରତା କେତେ ରହିଛି ସେସବୁ ଦିଗକୁ କୁମ୍ଭୀର ବିଶେଷଜ୍ଞ ଅନୁଧ୍ୟାନ କରିଛନ୍ତି।ଏହା ସହିତ ପାଣିର ବିଶୁଦ୍ଧତା ସାଙ୍ଗକୁ ବର୍ତମାନ ସମୟରେ ରହିଥିବା ନଦୀ ଜଳର ତାପମାତ୍ରା ମଧ୍ୟ ପରୀକ୍ଷା କରାଯାଇଛି। ଏ ସବୁ ଦିଗଗୁଡିକୁ ପଙ୍ଖାନୁପଙ୍ଖଭାବେ ଅନୁଧ୍ୟାନ କରାଗଲେ ଘଡିଆଳ କୁମ୍ଭୀର ପ୍ରତିବର୍ଷ ଏହି ଅଂଚଳକୁ ଆସିବାର କାରଣ ସ୍ପଷ୍ଟ ହେବ। ଏହା ସହିତ ଏହି ଅଂଚଳରେ ଘଡିଆଳ ବଂଶବୃଦ୍ଧି ଏବଂ ସେମାନଙ୍କ ବାସସ୍ଥଳୀ ପାଇଁ ଉପଯୋଗୀ ବିଷୟରେ ଜଣାପଡିବା । ଏହା ପରେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories