www.samajalive.in
Monday, December 15, 2025
26.1 C
Bhubaneswar

ଟାଇଟାନିକର ମେନ୍ୟୁ କାର୍ଡ ଭାଇରାଲ: ବୁଡିବା ପୂର୍ବରୁ ଯାତ୍ରୀମାନେ ଖାଇଥିଲେ ଏସବୁ ବ୍ୟଞ୍ଜନ

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଚର୍ଚ୍ଚିତ ଜାହାଜ ଟାଇଟାନିକ୍ ଦୁର୍ଘଟଣାଗ୍ରସ୍ତ ହେବାର ୧୧୨ ବର୍ଷ ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ନିକଟରେ ସାମାଜିକ ଗଣମାଧ୍ୟମରେ ଟାଇଟାନିକ୍ ଜାହାଜରେ ସମସ୍ତଙ୍କୁ ପରଷା ଯାଇଥିବା ଭୋଜନର ମେନ୍ୟୁ କାର୍ଡ ସେୟାର କରାଯାଇଛି । କହିରଖୁଛୁ ଏହି ମେନ୍ୟୁ ଜାହାଜର ପ୍ରଥମ ଏବଂ ତୃତୀୟ ଶ୍ରେଣୀରେ ବସିଥିବା ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ଚିକେନଠୁ ଆରମ୍ଭ କରି ଦଲିଆ ପର୍ଯ୍ୟନ୍ତ ବିକଳ୍ପ ରହିଥିଲା ।

- Advertisement -

ଆମେ ସମସ୍ତ ଜାଣିଛନ୍ତି କି ଆଜିଠୁ ୧୧୨ ବର୍ଷ ପୂର୍ବେ ଟାଇଟାନିକ୍ ସମୁଦ୍ରରେ ବୁଡିଯାଇଥିଲା । କିନ୍ତୁ ଏବେ ବି ସମସ୍ତେ ଏହି ଜାହାଜ ସମ୍ପର୍କରେ ଜାଣିବାକୁ ଆଗ୍ରହ ରଖନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା ଏହି ପୋଷ୍ଟରୁ ଏହା ପ୍ରମାଣିତ ହେଉଛି । ଯେବେ ଟାଇଟାନିକ୍ ବୁଡିଯାଇଥିଲା ସେବେ ଏଥିରେ ୧୫୦୦ ରୁ ଅଧିକ ଲୋଙ୍କ ମୃତ୍ୟୁ ହୋଇଥିଲା । ଏବେ ସାମାଜିକ ଗଣମାଧ୍ୟମରେ ଟାଇଟାନିକର ମେନ୍ୟୁ କାର୍ଡ ସେୟାର କରାଯାଇଛି । ଏଥିରେ ପ୍ରଥମ ଏବଂ ତୃତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା । କହିରଖୁଛୁ ଟାଇଟାନିକର ଫୁଡ୍ ମେନ୍ୟୁ ବ୍ରିଟେନରେ ୮୪ ଲକ୍ଷ ଟଙ୍କାରୁ ଅଧିକ ଦାମରେ ନିଲାମ ହୋଇଛି । କୁହାଯାଉଛି କି ଏହି ଖାଦ୍ୟ ମେନ୍ୟର ଶେଷ କପି ଯାହା ପୁଣି ଥରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି ।

ଯଦି ନୁଡଲ୍ସ ପସନ୍ଦ ତେବେ ଥରେ ଦେଖନ୍ତୁ ଏହି ଭିଡିଓ, ଖାଇବା ପୂର୍ବରୁ ଅନେକ ଥର ଚିନ୍ତା କରିବେ

ଦୁର୍ଘଟଣାର ଶିକାର ହେବା ପୂର୍ବରୁ ଲୋକମାନେ ଶେଷ ଥର ପାଇଁ କଣ ଖାଇଥିଲେ ତାହା ଏହି ମେନ୍ୟୁ କାର୍ଡରୁ ଜଣାପଡୁଛି । ଏଥିରେ ପ୍ରଥମ ଶ୍ରେଣୀ ଯାତ୍ରୀଙ୍କ ପାଇଁ ଚିକେନ, କର୍ଣ୍ଣ ବିଫ୍, ତରକାରୀ ଏବଂ ପକୋଡି ସାମିଲ ଥିଲା । ଏହା ବ୍ୟତୀତ ଗ୍ରିଲ୍ଡ ମଟନ, ସସେଜ ପନିର୍ ଏବଂ ଚିଜ୍ ଉପଲବ୍ଧ ଥିଲା । ଏହା ବ୍ୟତୀତ ଫଳ ଏବଂ ସବୁଜ ପରିବାର ମଧ୍ୟ ବିକଳ୍ପ ରହିଛି । ସେହିଭଳି ତୃତୀୟ ଶ୍ରେଣୀ ଯାତ୍ରୀଙ୍କ ପାଇଁ ମେନ୍ୟୁରେ ଦଲିଆ, କ୍ଷୀର, ଆଳୁ, ଅଣ୍ଡା, ପାଉଁରୁଟି, ଚା ଏବଂ କଫି ଭଳି ବିକଳ୍ପ ରହିଛି । ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟକୁ ୧୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଏବଂ ପ୍ରାୟ ୮ ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories