www.samajalive.in
Sunday, December 7, 2025
14.1 C
Bhubaneswar

ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଅଭିଯୋଗ

ହରଭଙ୍ଗା : ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥାର ମନମୁଖୀ କାର୍ୟ୍ୟ ସାମ୍ନାକୁ ଆସିଛି। ସରପଞ୍ଚଙ୍କ ବିନା ଅନୁମତିରେ ପଂଚାୟତର ନଳକୂପରୁ ନିଜ କ୍ୟାମ୍ପ ପାଇଁ ପାଣିଚୋରି ଘଟଣାକୁ ନେଇ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ପ୍ରଧାନ ଅଭିଯୋଗ ଉଠାଇବା ସହିତ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବୀ କରିଛନ୍ତି।
ପ୍ରକାଶ ଯେ ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ ନିର୍ମାଣ ସଂସ୍ଥା ହରଭଙ୍ଗା ବ୍ଲକର ଆଦିବାସୀ ଅଧ୍ୟୁଷିତ ଆଡ଼େନିଗଡ଼ ପଂଚାୟତର ଜାତୀୟ ରାଜପଥ ଠାରୁ କାଚପାଜୁ ରାସ୍ତାରେ ଏକ କ୍ୟାମ୍ପ କରିଛି । କ୍ୟାମ୍ପ ପାଇଁ ପାଣି ଆବଶ୍ୟକ ପଡିବାରୁ ଗୋଛାବାରୀ ଗ୍ରାମବାସୀଙ୍କ ନଳକୂପରୁ ହ୍ୟାଣ୍ଡଲ ହଟାଇ ନଲକୁପରୁ ପାଇପ ଲଗାଇ ପାଣି ମନଇଛା ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।ଫଳରେ ଗୋଛାବାରୀ ଗ୍ରାମର ୫୦ପରିବାର ପାଣି ପାଇଁ ହନ୍ତସନ୍ତ ଭୋଗୁଛନ୍ତି। ଏ ଦିଗରେ ଜିଲାପାଳ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି। ନଚେତ ଗାଁ ଲୋକ ରାଜରାସ୍ତା ରୋକ କରିବାକୁ ଧମକ ଦେଇଛନ୍ତି ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories