www.samajalive.in
Monday, December 15, 2025
17.1 C
Bhubaneswar

ପଥର କ୍ରସର ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ହରଭଙ୍ଗା: ଶିଳ୍ପ ବିହୀନ ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲର ଖରଭୁଇଁ ଅଂଚଳରେ ଗଢିଉଠିଥିବା ପଥର ଉତୋଳନ ଏବଂ କ୍ରସର ଭଳି ବିନାଶକାରୀ ଶିଳ୍ପ ବନ୍ଦ କରିବାକୁ ଗାଁ ଲୋକେ ଅଂଟାଭିଡିଛନ୍ତି। କ୍ରସର, ପଥର ଉତୋଳନ ବନ୍ଦ ଦାବୀରେ ବୁଧବାର ଖରଭୁଇଁ ଗାଁ ଲୋକେ ବୌଦ୍ଧ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ହରଭଙ୍ଗା ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଦୀର୍ଘଦିନ ହଲୋ ସ୍ଥାନୀୟ ଲୋକ, ଜନପ୍ରତିନିଧି, ପଂଚାୟତ ଗ୍ରାମସଭାର ଜନସାଧାରଣଙ୍କ ଦାବୀକୁ ଭ୍ରୃକ୍ଷେପ ନକରି ଖରଭୁଇଁ ଅଂଚଳରେ ୪ଟି ପଥର କ୍ରସର ଏବଂ ୭ଗୋଟି ପଥର କୁଆଁରୀକୁ ଲିଜ ପ୍ରଦାନ କରାଯାଇଛି।

ଏଭଳି ବିନାଶକାରୀ ଶିଳ୍ପ ଯୋଗୁଁ ସାଧାରଣ ଜନତା ପିଈବା ପାଣି ସମସ୍ୟା, ଚାଷ ଜମିର ଉର୍ବରତା ହ୍ରାସ, କିଡନୀ ରୋଗ ବୃଦ୍ଧି, ଗର୍ଭବତୀ ମୃତ୍ୟୁହାର ବୃଦ୍ଧି ଏବଂ ଶିଶୁ ବିକଳାଙ୍ଗ ବୃଦ୍ଧି ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବଡ ବଡ ବିସ୍ଫୋରଣ ଯୋଗୁଁ କୋଠାଘରଗୁଡିକରେ ଫାଟସୃଷ୍ଟି ସାଙ୍ଗକୁ ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦ ନଷ୍ଟ ହେବାକୁ ବସିଛି। ବିସ୍ଫୋରକର ରାସାୟନିକ ଦୁର୍ଗଦ୍ଧରେ ପରିବେଶ ଦୂଷିତ ହେବା ସହିତ ଅଂଚଳ ଲୋକଙ୍କୁ ଅଣନିଃଶ୍ୱାସୀ କରିପକାଇଲାଣି। ଏଭଳି ବେଆଈନ ଶିଳ୍ପଗୁଡିକ ବନ୍ଦ ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଗ୍ରାମର ବ୍ରଜବନ୍ଧୁ ନାଏକ, ଅନିଲ ପ୍ରଧାନ, ବିଷ୍ଣୁ ଚରଣ ରଣା, ବଳରାମ ପୃଷ୍ଟି, ଅଶ୍ୱିନୀ କୁମାର ପାତ୍ର, ସୁବ୍ରତ ସାହୁ ପ୍ରମୁଖ ଦାବୀ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories