ଚାରିଛକ ଓ ପୁରୁଣାକଟକରେ ଗୁଟଖା ଦୋକାନରେ ଚଢ଼ାଉ, ୩୧ଶହ ଟଙ୍କା ଜୋରିମାନା ଆଦାୟ

ହରଭଙ୍ଗା :ହରଭଙ୍ଗା ବ୍ଲକର ଦୁଇ ପ୍ରମୁଖ ବଜାର ଚାରିଛକ ଏବଂ ପୁରୁଣାକଟକରେ ବିଭିନ୍ନ ଗୁଟଖା ବିକ୍ରୟ ଦୋକାନଗୁଡିକରେ ଖାଦ୍ୟ ନିରାପତ୍ତା ଓ ସୁରକ୍ଷା ଅଧିକାରୀ, ଭେଷଜ ନିରୀକ୍ଷକ, ପୁଲିସ ଏବଂ ଅବକାରୀ ଅଧିକାରୀଙ୍କ ମିଳିତ ସହଯୋଗରେ ୧୭ଟି ଗୁଟଖା ଦୋକାନରେ ଚଢ଼ାଉ କରାଯାଇଛି। ଏହାସହିତ ଦୋକାନୀମାନଙ୍କଠାରୁ  ୩୧ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା।

prayash

ଏହି ଚଢ଼ାଉରେ ଖାଦ୍ୟ ନିରାପତା ଓ ସୁରକ୍ଷା ଅଧିକାରୀ ଧରଣୀଧର ନାୟକ, ଭେଷଜ ନିରୀକ୍ଷକ- ସନ୍ତୋଷ କୁମାର ପ୍ରଧାନ, ଅବକାରୀ ଅଧିକାରୀ ସ୍ପନ୍ଦନ କୁମାର ମହାନ୍ତି, ପୋଲିସ ତରଫରୁ ଆଇଆଇସି ପୁରୁଣାକଟକ ରଞ୍ଜିତ କୁମାର ମୁନି ଏବଂ ଜିଲ୍ଲା ପରାମର୍ଶଦାତା ଆଲୋକ କୁମାର ମିଶ୍ର ସାମିଲ ଥିଲେ।

Comments are closed.