www.samajalive.in
Monday, December 15, 2025
16.1 C
Bhubaneswar

ଚା’ ମାଗିବାରୁ ସ୍ୱାମୀଙ୍କ ଆଖିରେ କଇଁଚି …….

ଲକ୍ଷ୍ମୌ- ଦାମ୍ପତ୍ୟ ଜୀବନରେ କଳହ ହୋଇଥାଏ । ମାତ୍ର ବେଳେ ବେଳେ ଏହା ଏପରି ହୋଇଯାଇଥାଏ ଯେ କେହି କାହାର ଜୀବନ ନେଇ ଯାଆନ୍ତି । କେହି କେହି ଅନ୍ୟକୁ ପ୍ରାଣାନ୍ତର ଆକ୍ରମଣ କରିଥାଆନ୍ତି । ଉତ୍ତରପ୍ରଦେଶର ଏପରି ଏକ ଘଟଣା ଘଟିଛି ।

ଉତ୍ତରପ୍ରଦେଶର ବାଘପତରେ ଏହି ଘଟଣା ଘଟିଛି । ଅଙ୍କିତ ନାମକ ବ୍ୟକ୍ତି ତିନିବର୍ଷ ତଳେ ବିବାହ କରିଥିଲେ । ଦମ୍ପତିଙ୍କ ମଧ୍ୟରେ ପ୍ରଥମ କିଛିଦିନ ଭଲରେ କଟିଥିବା ବେଳେ ପରେ ଛୋଟ ଥୋଟ କଥାରେ ଝଗଡା ହେଉଥିଲା । କିଛିଦିନ ତଲେ ଅଙ୍କତ ପତ୍ନୀ ତାଙ୍କୁ ସ୍ୱାମୀ ମାରପିଟ କରୁଥିବା ଥାନାରେ ଅଭିଯୋଗ କରିଥିଲେ ।

- Advertisement -

ଘଟଣାଘଟିବା ଦିନ ଅଙ୍କିତା ତଙ୍କ ସ୍ତ୍ରୀଙ୍କୁ କପେ ଚା ପାଇଁ କହିଥିଲେ । ଏହାପରେ ସେମାନଙ୍କର ଝଗଡା ଆରମ୍ଭ ହୋଇଯାଇଥିଲା । ଅଙ୍କିତଙ୍କ ସ୍ତ୍ରୀ ଏକ କଇଁଚି ଧରି ତାଙ୍କ ଆଖିରେ ଭୁଷି ଦେଇଥିଲେ । ଅଙ୍କିତଙ୍କ ପାଟି ଶୁଣି ଅନ୍ୟମାନେ ସେଠାକେ ଦୌଡି ଆସିଥିଲେ । ସେତେବେଳକୁ ଅଙ୍କିତଙ୍କ ସ୍ତ୍ରୀ ସେ ସ୍ଥାନରୁ ଫେରାର ହୋଇଯାଇଥିଲେ ।

ପୁଲିସକୁ ଏହି ଘଟଣା ବିଷୟରେ ସ୍ଥାନୀୟ ଲୋକ ସୂଚନା ଦେଇଥିଲେ । ପୁଲିସ ଆସି ତାଙ୍କୁ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମିରଟ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଏକ ପୁଲିସ ଦଳ ଗଠନ କରାଯାଇଛି ।

 

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories