www.samajalive.in
Monday, December 15, 2025
15.1 C
Bhubaneswar

୫ଦିନ ହେଲା ଛୁଟିରେ ଡାକ୍ତର; ଚିକିତ୍ସା ଅଭାବରୁ ନାବାଳକର ମୃତ୍ୟୁ ଅଭିଯୋଗ

ହରଭଙ୍ଗା: ସରକାର ସମସ୍ତଙ୍କୁ ଉତ୍ତମ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଛନ୍ତି। ମାତ୍ର ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଜଣେ ଗୁରୁତର ବାତରୋଗୀ ନାବାଳକର ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଥିବା ମୃତ ଶିଶୁର ଦାଦା ଧିରେନ ମହାକୁଡ ଅଭିଯୋଗ କରିଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ହରଭଙ୍ଗା ବଜାର ସାହିରେ।

ସୂଚନା ଅନୁସାରେ, ଗତ ଶନିବାର ହରଭଙ୍ଗା ବଜାର ସାହିର ମନୋଜ ମହାକୁଡଙ୍କ ପୁଅ ମୁକେଶ ମହାକୁଡ(୧୩) ସ୍କୁଲରୁ ଆସି ଘରେ ଖାଇପିଇ ମୋବାଇଲ ଦେଖୁଥିଲା। ଅପରାହ୍ନ ୩ଟା ସମୟରେ ମୁକେଶକୁ ବାତ ମାରିବାରୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲା। ତାକୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ହରଭଙ୍ଗା ମେଡିକାଲକୁ ନେଇଥିଲେ। ମାତ୍ର ଡାକ୍ତର ଛୁଟିରେ ଥିବାରୁ ଫାର୍ମାସିଷ୍ଟ ନାବାଳକର ଅବସ୍ଥା ଦେଖି ପୁରୁଣାକଟକ ମେଡିକାଲକୁ ସ୍ଥାନାନ୍ତର କରିଦେଲେ। ପରିବାର ଲୋକେ ମେଡିକାଲରେ ପହଞ୍ଚିଲା ବେଳକୁ ନାବାଳକର ମୃତ୍ୟୁ ଘଟିଥିଲା। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ନାବାଳକର ସନ୍ଦେହଜନକ ମୃତ୍ୟୁକୁ ନେଇ ଡାକ୍ତର ହରଭଙ୍ଗା ପୁଲିସକୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ହରଭଙ୍ଗା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲ ପଠାଇଥିଲା। ଆଜି ଶିଶୁର ଶବବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଆଜି ଅପରାହ୍ନ ୩ଟାବେଳେ ନାବାଳକର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅକୁ ହରାଇ ଗରିବ ପିତା, ମାତା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ହରଭଙ୍ଗା ମେଡିକାଲରେ ବାରମ୍ବାର ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ରୋଗୀ ଅଭିଯୋଗ ଉଠାଉଛନ୍ତି। ଡାକ୍ତରଙ୍କ ଅନୁପସ୍ଥିତି କାରଣରୁ ଜଣେ ଗୁରୁତର ନାବାଳକ ଜରୁରୀ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହୋଇ ଆଖିବୁଜିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏନେଇ ହରଭଙ୍ଗା ଉନ୍ନୟନ ପରିଷଦ ସଭାପତି ପ୍ରଦୀପ କୁମାର ସାହୁ ବୌଦ୍ଧ ସିଡିଏମଓଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି। ଡାକ୍ତର ୫ ତାରିଖରୁ ଛୁଟିରେ ଥିବାବେଳେ ଏ ସମ୍ପର୍କରେ ବ୍ଲକ ମେଡିକାଲ ଅଫିସର ଡାକ୍ତର ଶ୍ରୀମନ୍ତ ସ୍ୱାଇଁଙ୍କୁ ପଚାରିଲେ ସେ ଛୁଟି ଦରଖାସ୍ତ ଦେଇନଥିବା କହିଛନ୍ତି। ଏ ବିଷୟରେ ହରଭଙ୍ଗା ଡାକ୍ତର ଶ୍ୟାମପ୍ରସାଦ ମେହେରଙ୍କୁ ପଚାରିବାରୁ ଗତ ଶନିବାର ଜରୁରୀ କାମ ଯୋଗୁଁ ଛୁଟିରେ ଆସିଛି। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ତେବେ ହରଭଙ୍ଗା ଡାକ୍ତର ବ୍ଲକ ମେଡିକାଲ ଅଫିସରଙ୍କୁ ଜଣାଇ ଛୁଟିରେ ଯାଇଥିବା କଥା କହୁଥିବାବେଳେ ବ୍ଲକ ମେଡିକାଲ ଅଫିସର ଡାକ୍ତର ସ୍ୱାଇଁ କହୁଛନ୍ତି ଡାକ୍ତର ମେହେର ଛୁଟି ଦରଖାସ୍ତ ଦେଇନାହାନ୍ତି। ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କିଏ ସତ କହୁଛି ତାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି। ଏ ଦିଗରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories