ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସୁରୁଣ୍ଡି ଜଗନ୍ନାଥ ବନପ୍ରକଳ୍ପରୁ ଗଛ କଟାଯିବା ସହିତ ଜମି ଜବରଦଖଲ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏ ସମ୍ପର୍କିତ ଖବର ଶୁକ୍ରବାର ‘ସମାଜ’ରେ ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ପୁରୁଣା କଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ, ହରଭଙ୍ଗା ଫରେଷ୍ଟର ଗୀତାଞ୍ଜଳି ମେହେର ପ୍ରମୁଖ ପହଞ୍ଚି ବନପ୍ରକଳ୍ପ ସୀମା ଖୁଣ୍ଟ ସହିତ ଅଭିଯୋଗକାରୀଙ୍କୁ ଡ଼କାଇ ଘଟଣାର ସରଜମିନ ତଦନ୍ତ କରିଥିଲେ। ବର୍ତମାନ ପ୍ରକଳ୍ପରୁ କୌଣସି ଗଛ କଟିନଥିବା ଜାଣିବାକୁ ପାଇଥିଲେ। ପ୍ରକଳ୍ପ ଜମି ଜବରଦଖଲ କଥା ଉଠିବାରୁ ଏ ସମ୍ପର୍କରେ ତହସିଲଦାରଙ୍କ ନିକଟରେ ଅଭିଯୋଗ ପାଇଁ ଅଭିଯୋଗକାରୀଙ୍କୁ କହିଥିଲେ।
ଗଛ ସୁରକ୍ଷା ଉପରେ ଦିଆଯିବ ସ୍ୱତନ୍ତ୍ର ଦୃଷ୍ଟି; ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ବନବିଭାଗ
Popular Categories



