www.samajalive.in
Monday, December 15, 2025
15.1 C
Bhubaneswar

୧୨ବର୍ଷହେଲା ନୂଆପଡା ପୋଲ ନିର୍ମାଣକାର୍ଯ୍ୟ ଅଧପନ୍ତରିଆ, ୨ଶହ ଲୋକ ହନ୍ତସନ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁର୍ଗମ ମହାଲ୍ଲିକପଡା ପଂଚାୟତ ଅର୍ନ୍ତଗତ ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଆଦିବାସୀବହୁଳ ନୂଆପଡା ଗାଁ। ଦୀର୍ଘ ୧୨ବର୍ଷହେଲା ନୂଆପଡା ପୋଲ ନିର୍ମାଣକାର୍ଯ୍ୟ ଅଧପନ୍ତରିଆ ହୋଇପଡିଛି। ଫଳରେ ଏହି ପୋଲଉପରେ ନିର୍ଭରକରୁଥିବା ୨ଶହଲୋକଙ୍କ ବର୍ଷାଦିନେ ଯାତାୟତ ଠପ୍ ହୋଇପଡୁଛି। ଏପରିକି ଗତବର୍ଷ ବର୍ଷାଦିନେ ନାଳପାରହେବା ସମୟରେ ଅର୍ନ୍ତଯ୍ୟାମୀ ନାଏକ ଭଳି ଜଣେ ବୃଦ୍ଧ ଭାସିଯାଇ ମୃତ୍ୟୁବରଣ ଘଟିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ ମହାଲ୍ଲିକପଡା ପଞ୍ଚାୟତର କୁଶଙ୍ଗ ମହାନଦୀ ଅଭୟାରଣ୍ୟର ହାତୀଗଡ -ନୂଆପଡା ମୁଖ୍ୟରାସ୍ତାରୁ ନୂଆପଡା ଉପରବସ୍ତିକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ନାଳ ରହିଛି। ଏହି ନାଳ ଯୋଗୁଁ ବର୍ଷାଦିନେ ଲୋକଙ୍କ ଯାତାୟତ ବାଧାପ୍ରାପ୍ତକୁ ଦୃଷ୍ଟିରେରଖି ଏକ ପୋଲ ନିର୍ମାଣକାର୍ଯ୍ୟ ପଂଚାୟତ ପକ୍ଷରୁ ଆରମ୍ଭ କରାଯାଇଥିଲା। ପୋଲ ଫାଉଣ୍ଡେସନ ଷ୍ଟ୍ରକଚରରେ ଏହାର ନିର୍ମାଣକାର୍ଯ୍ୟ ସୀମିତ ରହିଥିଲା।ଠିକାଦର ପୋଷାନୀତିରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦରେ ପୋଲନିର୍ମାଣ କାର୍ଯ୍ୟ କେବଳ ଠିକାଦାର ସନ୍ତୁଷ୍ଟି ପାଇଁ କରାଯାଇଥିବା ଦେଖିବାକୁ ମିଳିଛି। ନୂଆପଡାବାସୀଙ୍କ ବର୍ଷାଦିନେ ଯାତାୟତ ସୁବିଧା ଦୃଷ୍ଟିରୁ ପୋଲନିର୍ମାଣକାର୍ଯ୍ୟ ବର୍ଷା ପୂର୍ବରୁ ସମ୍ପୂର୍ଣ୍ଣ ପାଇଁ ଗ୍ରାମର ମହେନ୍ଦ୍ର ଗୁରୁ, ଚକ୍ରଧର ଗୁରୁ, ସାଗର ସେଠୀ, ଦୁଆରୁ ନାଏକ, ବିରଞ୍ଚି କହଁର ପ୍ରମୁଖ ଗ୍ରାମବାସୀ ଦାବୀ କରିଛନ୍ତି। ଏ ଦିଗରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories