www.samajalive.in
Sunday, December 14, 2025
23.1 C
Bhubaneswar

୫-ଟି ସଚିବଙ୍କ ଗସ୍ତକୁ ନେଇ ଚମକୁଛି ଅତାବିରା

ରେଙ୍ଗାଲିକ୍ୟାମ୍ପ : ୫-ଟି ସଚିବ ଭିକେ ପାଣ୍ଡିଆନ ଆସନ୍ତା ସୋମବାର ୨୬ ତାରିଖରେ ଅତାବିରା ଗସ୍ତରେ ଆସୁଛନ୍ତି। ସେଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାମ ଚାଲିଛି।
ଶ୍ରୀ ପାଣ୍ଡିଆନ ବରଗଡ଼ ଜିଲ୍ଲାର ପ୍ରମୁଖ ମନ୍ଦିର ଗୁଡ଼ିକ ପରିଦର୍ଶନ କରିବା ସହ ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ଅତାବିରା ସରଣ୍ଡା ସ୍ଥିତ ବାବା ବିଶ୍ୱେଶ୍ୱର ଶିବ ମନ୍ଦିରକୁ ମଧ୍ୟ ଆସିବେ । ପ୍ରଶାସନର ତତ୍ପରତାରୁ ସାଧାରଣ ଲୋକଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ହେଉଛି। କୋଉଁଠି ରାତାରାତି ରୋଡ ମରାମତି କରାଯାଉଛି ତ, ଆଉ କୋଉଁଠି ଅଚଳ ଷ୍ଟ୍ରିଟ ଲାଇଟକୁ ସଙ୍ଗେ ସଙ୍ଗେ ବଦଳାଯାଉଛି । ରାସ୍ତା ନିର୍ମାଣକାରୀ ସଂସ୍ଥା ଅଶୋକା ୱିଲକାନ ଦୀର୍ଘ ଦିନ ଧରି ଅସମ୍ପୂର୍ଣ୍ଣ କରି ରାସ୍ତାକୁ ପକାଇ ରଖିଥିଲା।  କିନ୍ତୁ ସଚିବଙ୍କ ପରିଦର୍ଶନ ଖବର ପାଇବା ମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଚକାଚକ କରାଯାଉଛି । ଏପରିକି ଜାତୀୟ ରାଜପଥର ଦୁଇ ପାର୍ଶ୍ଵରେ ଥିବା ସର୍ଭିସ୍ ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ହୋଇଛି, ଯାହା ଦୀର୍ଘ ବର୍ଷ ଧରି ପଡି ରହିଥିଲା। କିନ୍ତୁ ଡ୍ରେନ କାମ କେବଳ ଉପର ଦେଖଣିଆ ଭାବରେ କରି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବାର ପ୍ରୟାସ ଚାଲିଛି। ଅପରପକ୍ଷରେ ଏନଏସି ଅଧ୍ୟକ୍ଷ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ନିଜ ଟିମ ସହ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରୁଛନ୍ତି । ତେବେ ଏହି ଗସ୍ତକୁ ନେଇ ଖୁସି ଅଛନ୍ତି ଅତାବିରା ଅଞ୍ଚଳବାସୀ। ଅଞ୍ଚଳର ବିକାଶ ଆଗକୁ ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories