ପାଣି ସମସ୍ୟାକୁ ଆଗ୍ରାଧିକାର ମଧ୍ୟରେ ସମାଧାନ ପାଇଁ ଯନ୍ତ୍ରୀଙ୍କୁ ନିର୍ଦେଶ

ହରଭଙ୍ଗା ପଞ୍ଚାୟତ ସମିତି ବୈଠକ

ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ଚର୍ତୁଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବୈଠକରେ ପୂର୍ବ ବୈଠକର ବୀବରଣି ପଠନ ଓ ଅନୁମୋଦନ ବିଷୟରେ ଆଲୋଚନା କରାଯାଇଥିଲା। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, କୃଷି, ଉଦ୍ୟାନକୃଷି, ପରିମଳ, ଜଳ ବିଭାଜିକା, ଖାଦ୍ୟ ନିରାପତା ଭଳି ସବୁ ବିଭାଗ ଉପରେ ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା। ଶିକ୍ଷା ଉପରେ ଆଲୋଚନା ସମୟରେ ଚାରିଛକ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଅଭାବକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ମୋ-ଘର ଯୋଜନା ଉପରେ ପୁଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା।

ସ୍ୱାସ୍ଥ୍ୟ ଉପରେ ଆଲୋଚନା ସମୟରେ ବ୍ଲକର ବିଭିନ୍ନ ମେଡିକାଲ ପାଇଁ ୨୦ଜଣ ଡାକ୍ତର ପଦବୀ ରହିଥିବାବେଳେ ମାତ୍ର ୫ଜଣ ଡାକ୍ତରଥିବା କଥା ଉଠିଥିଲା। ସେ ଅନୁସାରେ ଟେକ୍ନିସିଆସନ ଏବଂ ଅନ୍ୟାନ୍ୟ ପଦବୀ ଖାଲିପଡିଥିବା ଡାକ୍ତର ଶ୍ରୀମନ୍ତ ସ୍ୱାଇଁ ବୈଠକରେ ଉପସ୍ଥାପନ କରିଥିଲେ।ଖାଲିପଡିଥିବା ଡାକ୍ତରପଦବୀ ପୂରଣ ସହିତ ଜଣେ ମେଡିସିନ ବିଶେଷଜ୍ଞ ଡାକ୍ତରଙ୍କୁ ସପ୍ତାହରେ ଥରେ ହରଭଙ୍ଗା, ପୁରୁଣାକଟକ ମେଡିକାଲରେ ରୋଗୀଙ୍କ ଚିକିତ୍ସାପାଇଁ ଅନୁମୋଦନ ଲୋଡାଯାଇଥିଲା। ଏହା ସହିତ ଖାଲି ଡାକ୍ତରପଦବୀ ପୂରଣ ଦିଗରେ ସି.ଡି.ଏମ.ଓଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଲୋଚନା ହୋଇଥିଲା। ପାନୀୟଜଳ କଥା ଆଲୋଚନା ସମୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ ପାଇଥିଲା।

prayash

ଏହା ସହିତ ସବୁସ୍ଥାନରେ ଦେଖାଦେଉଥିବା ପାଣି ସମସ୍ୟାକୁ ଆଗ୍ରାଧିକାର ମଧ୍ୟରେ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ଉଦ୍ୟାନକୃଷି କଥା ଆଲୋଚନା ସମୟରେ ୫ଟି ପ୍ରସ୍ତାବିତ ଶୀତଳଭାଣ୍ଡାରକୁ କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା ହୋଇଥିଲା। ପ୍ରାଣୀ ଚିକିତ୍ସାବିଭାଗ କଥା ଆଲୋଚନା ସମୟରେ ହରଭଙ୍ଗା ପ୍ରାଣୀଚିକିତ୍ସାକେନ୍ଦ୍ର ପାଇଁ ନୂତନ ଗୃହ ସହିତ ଷ୍ଟାଫ କ୍ୱାର୍ଟର ପ୍ରଭୃତି ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା ପ୍ରସ୍ତାବ ଦେଇଥିଲେ। ପିତାମ୍ବରପୁର ପଞ୍ଚାୟତ ଅଜିତ କୁମାର ବାରିକ ମନରେଗା କାର୍ଯ୍ୟ ଅନୁମୋଦନ ହୋଇପାରୁନଥିବା ବିଷୟକୁ ନେଇ ବୈଠକରେ ଉଦବେଗ ପ୍ରକାଶ କରିଥିଲେ। ଏହି ଘଟଣାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ହସ୍ତକ୍ଷେପ କରିଥିଲେ।

ମନରେଗା କାର୍ଯ୍ୟର ଅନୁମୋଦନ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବୁଝିବା ସହିତ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଜିଆରଏସମାନଙ୍କୁ ଡକାଇ ଏକ ବୈଠକ କରିବାକୁ ନିର୍ଦେଶ ଦେଇଥିଲେ। ଅଭୟାରଣ୍ୟ ମଧ୍ୟରେ ଥିବା କୁଶଙ୍ଗ ପଂଚାୟତର ମାରଡା ଗାଁ ରହିଛି। ବର୍ତ୍ତମାନ ଅଭୟାରଣ୍ୟ ବିଭାଗର କଟକଣା ଯୋଗୁଁ ଲୋକେ ହଇରାଣ ଭୋଗୁଛନ୍ତି। ଏହା ଉପରେ ଆଲୋଚନା ପାଇଁ ବନ୍ୟପ୍ରାଣୀ ଡିଏଫଓଙ୍କ ସହିତ ଏକ ବୈଠକ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ରାଜପଥ କଡରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ ଏବଂ କେନାଲ କାର୍ଯ୍ୟ ଜୁନ୍ ୧୫ସୁଦ୍ଧା ସାରିବାକୁ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୀରନରସିଂହପୁରଠାରେ ଏମ.ଜି.ଏମ ପକ୍ଷରୁ ଏକ ଡିଜେଲ ପ୍ଲାଣ୍ଟ ନିର୍ମାଣ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ଆଜିର ବୈଠକରେ ଚେୟାରମ୍ୟାନଙ୍କ ସହିତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଶ୍ୱଜିତ ପ୍ରଧାନ, ବୌଦ୍ଧ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ୭ନମ୍ବର ଜିଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ୮ନମ୍ବର ଜିଲ୍ଲାପରିଷଦ ସଭ୍ୟ ତାରାମଣୀ ପ୍ରଧାନ, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ବ୍ଲକର ସବୁ ପଞ୍ଚାୟତର ସରପଞ୍ଚ ,ସମିତିସଭ୍ୟ, ଲାଇନ ବିଭାଗର କର୍ମଚାରୀ ଏବଂ ବ୍ଲକକର୍ମଚାରୀମାନେ ଯୋଗଦାନ କରିଥିଲେ।

 

kalyan agarbati

Comments are closed.