www.samajalive.in
Sunday, December 7, 2025
18.1 C
Bhubaneswar

ଲୁଣିବାହାଲ ପଞ୍ଚାୟତରେ ମନରେଗା ଦୁର୍ନୀତି; ଯାଞ୍ଚ ପାଇଁ ଗଠନ ହେଲା ବୈଷୟିକ ଟିମ୍

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀିତି ଅଭିଯୋଗ ଖୋଦ୍‌‌ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ନିକଟରେ ହୋଇଥିଲା। ଅଭିଯୋଗ ପରେ ଗତ ଏପ୍ରିଲ ୨୭ରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଏକ ସ୍ୱତନ୍ତ୍ର ଅଡିଟ୍ ଦଳ ମନରେଗା ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ କାର୍ଯ୍ୟର ଏକାଉଣ୍ଟ୍‌ସ ଯାଞ୍ଚ ଚଳାଇଥିଲେ। ଯାଞ୍ଚ ପରେ ଲୁଣିବାହାଲ ପଞ୍ଚାୟତରେ ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ପଞ୍ଚାୟତ ପକ୍ଷରୁ ୪୫ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ଜଣାପଡ଼ିଥିଲା। ଏସୁବୁ ପ୍ରକଳ୍ପ କାର୍ଯ୍ୟର ବର୍ତମାନ ସ୍ଥିତି କ’ଣ ରହିଛି ସେସବୁ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଅଡିଟ ଟିମ୍ ତଥା ଏକ ବୈଷୟିକ ଟିମ୍ ଗଠନ କରିବାର ଆବଶ୍ୟକତା ଥିବା ଜିଲ୍ଲାପରିଷଦ ବୌଦ୍ଧକୁ ଜଣାଇଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବୌଦ୍ଧ ଏକ ୪ଜଣିଆ ବୈଷୟିକ ଟିମ୍ ଗଠନ କରି ଏହାର ଯୁଗ୍ମ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଜିଲ୍ଲାପରିଷଦ କାର୍ଯ୍ୟାଳୟ ବୌଦ୍ଧଙ୍କ ପତ୍ର ସଂଖ୍ୟା-୧୦୭୫/୦୧/୦୫/୨୩ ଅନୁସାରେ, ବୈଷୟିକ ଟିମରେ ଜିଲ୍ଲାପରିଷଦ ବୈଷୟିକ ଡେପୁଟି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ସିଂ, ଜିଲ୍ଲାପରିଷଦ ମନରେଗା ସଂଯୋଜକ ସତ୍ୟଜିତ୍‌‌ ସେନାପତି, ଜିଲ୍ଲାପରିଷଦ ମନରେଗା ସାମାଜିକ ସମୀକ୍ଷା ଅଧିକାରୀ ପ୍ରବୀର କୁମାର ମେହେର ଏବଂ କନିଷ୍ଠ ଯନ୍ତ୍ରୀ ରାଜେଶ କୁମାର ଧିର ପ୍ରମୁଖ ୪ଜଣଙ୍କୁ ଟିମରେ ସାମିଲ କରାଯାଇଥିବା ଜଣାପଡ଼ିଛି। ଦୁଇଦିନ ମଧ୍ୟରେ ଟିମକୁ ରିପୋର୍ଟ ହସ୍ତାନ୍ତର ପାଇଁ ଚିଠିରେ ଦର୍ଶାଯାଇଛି।

ସୂଚନା ଥାଉ କି, କିଛିଦିନ ତଳେ ଲୁଣିବାହାଲ ପଞ୍ଚାୟତରେ ମନରେଗା ଯୋଜନାରେ ମାଟି, ମୁରୁମ ରାସ୍ତା, ବନ୍ଧ ଭଳି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବିନା କାମରେ ମେଟେରିଆଲ ଟଙ୍କା ପଇଠ ହୋଇଥିବା ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସଚିବ, ହରଭଙ୍ଗା ବିଡିଓ ଏବଂ ମନରେଗା ଅମ୍ବୁଡ୍‌ସମ୍ୟାନଙ୍କ ନିକଟରେ ହୋଇଥିଲା। ଏହାର କିଛିଦିନ ନପୁରୁଣୁ ପୁନର୍ବାର ସମାନ ପଞ୍ଚାୟତରୁ ମନରେଗା ଯୋଜନାରେ ବନୀକରଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା। ଗୋଟିଏ ପଂଚାୟତରୁ ବାରମ୍ବାର ମନରେଗା ଦୁର୍ନୀତି ଅଭିଯୋଗ ପରେ ଏହିସବୁ ପ୍ରକଳ୍ପ କାର୍ଯ୍ୟର ତଦାରଖ ଦାୟିତ୍ୱରେ ଥିବା ବ୍ଲକ ପ୍ରୋଗାମ୍‌‌ ଅଫିସର ଏବଂ ସହକାରୀ ପ୍ରୋଗାମ୍‌‌ ଅଫିସରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ଛିଡ଼ାକରିଛି। ସେମାନେ ପ୍ରକଳ୍ପ କାର୍ଯ୍ୟ ଆଦୌ ତଦାରଖ କରୁନଥିବାରୁ ବିନା କାମରେ ଏଭଳି ମେଟେରିଆଲ ଟଙ୍କା ପଇଠ ହୋଇଥିବା ସେମାନଙ୍କ ସମ୍ପୃକ୍ତିକୁ ମଧ୍ୟ ଦର୍ଶାଉଛି। ତୁରନ୍ତ ସବୁ ଦିଗକୁ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories