www.samajalive.in
Monday, December 15, 2025
16.1 C
Bhubaneswar

ଜିଲାର ମୌଳିକ ସମସ୍ୟାର ସମାଧାନ ପାଇଁ ଗଠନ ହେଲା ଚାଷୀ ମୁଲିଆ ସଂଘ

ହରଭଙ୍ଗା : ବହୁତ ଦିନର ବ୍ୟବଧାନ ପରେ ପୁଣି ମା’ ମାଟି ମଣିଷର ସ୍ୱରକୁ ଶାଣିତ କରିବା ପାଇଁ ଅବକାଶ ସାହୁଙ୍କ ଆବାହକତ୍ୱରେ ଗଠନ ହୋଇଛି ଚାଷୀ ମୁଲିଆ ସଂଘ। ବୌଦ୍ଧ ଜିଲାର ୩ ଗୋଟି ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଜନସାଧାରଣ ଛତ୍ରଙ୍ଗଠାରେ ଏକାଠି ହୋଇ ନରେନ୍ଦ୍ର ସିଂଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ଜୀବନରେଖା ମହାନଦୀ ସର୍ବାଧିକ ଦୈର୍ଘ୍ୟ ବୌଦ୍ଧ ଦେଇ ପ୍ରବାହିତ ହୋଇଛି। ତେଲ ନଦୀ, ସାଲୁଙ୍କି ନଦୀ, ବାଘ ପ୍ରଭୃତି ଅନେକ ଚିରସ୍ରୋତା ନଦୀ ଏ ଜିଲା ଦେଇ ପ୍ରବାହିତ। ମାତ୍ର ଆଜି ଚାଷ ଜମି ମୁକୁଳା, ପିଇବା ପାଣି ଟୋପାଏ ବି ଆଜିସୁଦ୍ଧା ପାଇ ପାରିଲୁନାହିଁ। ପ୍ରତ୍ୟହ ଏ ଜିଲାର ଯୁବକ ପେଟ ଚାଖଣ୍ଡକ ପାଇଁ ଜିଲା ଭିତରେ କାମ ନ ପାଇ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରୁଥିବାର ଖବର ଖବରକାଗଜର ଶିରୋନାମା ମଣ୍ଡନ କରୁଛି। ଶିଳ୍ପ ବିହୀନ କୃଷି ପ୍ରଧାନ ଏ ଜିଲ୍ଲାରେ କୃଷି ଉତ୍ପାଦିତ ଦ୍ରବ୍ୟର ସୁରକ୍ଷା ପାଇଁ ଶୀତଳ ଭଣ୍ଡାରଟିଏ ବି ନାହିଁ। ଆଗରୁ ଥିବା ଏକମାତ୍ର ଶୀତଳ ଭଣ୍ଡାର ଆଜି ଚିହ୍ନ ବର୍ଣ୍ଣ ସୁଦ୍ଧା ନାହିଁ। ଜଙ୍ଗଲ ଜମିର ଅଧିକାର ହେଉ ଅଥବା ଭୂମିହୀନଙ୍କୁ ଆଜିବି ଦଖଲ ଜମିର ପଟା ମିଳିଲା ନାହିଁ ଚାଷ ଜମି କଥା ପଚାରେ କିଏ?

ହଜାର ହଜାର ଯୋଗ୍ୟ ହିତାଧିକାରୀ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ। ଏ ରାଜ୍ୟର ଚାଷୀକୁ ଋଣ ଛାଡ଼ ସମ୍ଭବପର ହୋଇପାରିଲା ନାହିଁ। ଚାଷୀ ପାଇଁ ସାମାଜିକ ସୁରକ୍ଷା ଆଇନ ଏଯାବତ ପ୍ରଣୟଣ ହୋଇପାରିଲାନାହିଁ। ଚାଷୀକୁ ପେନସନ କଥା ପଚାରେ କିଏ ? ଆଜିବି ବିଜୁଳି, ରାସ୍ତା ଏ ଜିଲାରେ ସାତ ସପନ। ଏ ସମସ୍ତ କଥାର ସମାଧାନ ପାଇଁ ଆଜି ମା’ ମାଟି ମଣିଷର ସ୍ୱରକୁ ଶାଣିତ କରିବା ପାଇଁ ଅବକାଶ ସାହୁଙ୍କ ଆହ୍ୱାନକ୍ରମେ ସର୍ବଶେଷରେ ଜିଲାବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼ିବା ନିମିତ୍ତ ଜିଲାରେ ଏକ ଦୃଢ଼ ଗଣ ସଂଗଠନର ଆବଶ୍ୟକତା ସମ୍ପର୍କରେ ନିଷ୍ପତି ଗ୍ରହଣ କରାଯାଇ ‘ଚାଷୀ ମୁଲିଆ ସଂଘ’ ଗଠନ ପାଇଁ ନିଷ୍ପତି ଗ୍ରହଣ କରାଯାଇ ଏକ ୨୫ ଜଣିଆ କମିଟି ଗଠନ କରାଯିବା ସହ ଏହାର ଆବାହକ ଭାବେ ଅବକାଶ ସାହୁ, ନରେନ୍ଦ୍ର ସିଂ, ନିରାକାର ପ୍ରଧାନ ପ୍ରମୁଖ ମନୋନୀତ ହୋଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭିକାରୀ ଭୋଇ, ସୁବ୍ରତ ପ୍ରଧାନ, ହିରଣ୍ୟ ଦୀପ, ନେତ୍ରାନନ୍ଦ କହଁର, ଅଲେଖ ସାହୁ, ପଦ୍ମ ଚରଣ ନାୟକ, ଯୁଧିଷ୍ଠିର ବେହେରା, ସୁଧାଂଶୁ ପ୍ରଧାନ, ଜୟନ୍ତ ଦେହୁରୀ, ଜ୍ଞାନରଞ୍ଜନ ଭୋକ୍ତା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ପ୍ରତିନିଧି ଯୋଗଦେବା ସହ ପ୍ରତିଟି ଗ୍ରାମରେ ଚାଷୀ ମୁଲିଆ ସଂଗଠନର କମିଟି ଗଠନ ପାଇଁ ଶପଥ ନେଇଥିଲେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories