www.samajalive.in
Sunday, December 14, 2025
26.1 C
Bhubaneswar

କେନ୍ଦ୍ର ଅବହେଳା ବିରୋଧରେ ବିଜେଡିର ବ୍ଲକ ଘେରାଉ

ହରଭଙ୍ଗା: ଗୁରୁବାର କେନ୍ଦ୍ର ଅବହେଳା ବିରୋଧରେ ବିଜେଡି ପକ୍ଷରୁ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କାର୍ଯ୍ୟକ୍ରମ ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଜେଡିକର୍ମୀମାନେ ସାମିଲହୋଇ କେନ୍ଦ୍ରର ଅବହେଳା ବିରୁଦ୍ଧରେ ବର୍ଷୀଥିଲେ। ବିଶେଷକରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କ ୦୫କେ.ଜି ଚାଉଳ କାଟକୁ ନେଇ କେନ୍ଦ୍ର ସରକାରଙ୍କ ଗରିବ ମାରଣାନୀତି ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପ୍ରତିବାଦ ସଭାପରେ ବିଜେଡିକର୍ମୀମାନେ ବ୍ଲକ ଅଫିସ ଘେରାଉ କରିବା ସହିତ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କୁ ପ୍ରଦାନ କରିଥିବା ଜଣାପଡିଛି। ଆଜିର କାର୍ଯ୍ୟକ୍ରମରେ ଜିଲା ବିଜେଡି କାର୍ଯ୍ୟକାରୀ ଉପସଭାପତି ପ୍ରଦୀପ କୁମାର ସାହୁ,ରବି ପ୍ରଧାନ,ସୁଶାନ୍ତ ପ୍ରଧାନ, ସରୋଜ ପ୍ରଧାନ, ଅଜିତ କୁମାର ପ୍ରଧାନ,ଶ୍ରୀବନ୍ତ ମେହେର, ଅଶୋକ କୁମାର ସେଠି,ସଞ୍ଜୀବ ଦେହୁରୀ, ଅରୁଣ ପ୍ରଧାନ ପ୍ରମୁଖ ସାମିଲଥିଲେ।

- Advertisement -

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ହିତାଧିକାରୀଙ୍କ ୫କେଜି ଚାଉଳ କାଟକୁ ନେଇ ହରଭଙ୍ଗା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସରପଂଚ ଶକୁନ୍ତଳା ବେହେରାଙ୍କ ନେତୃତ୍ୱରେ କେନ୍ଦ୍ରର ଗରିବମାରଣାନୀତି ଉପରେ ବିକ୍ଷୋଭ ପ୍ରଦର୍ସନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଂଚାୟତର ଓାର୍ଡସଭ୍ୟମାନଙ୍କ ସହିତ ବହୁ ଜନସାଧାରଣ ସାମିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories