www.samajalive.in
Sunday, December 14, 2025
23.1 C
Bhubaneswar

‘ଭାରତକୁ ଜାଣ’ ସଂସ୍କରଣରେ ଓଡିଶା ଅଂଶୀଦାର ରାଜ୍ୟ

ଭୁବନେଶ୍ବର: ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ତରଫରୁ ‘ଭାରତକୁ ଜାଣ’ କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶରେ ଅବସ୍ଥାନ କରୁଥିବା ମୂଳ ଭାରତୀୟ ବଂଶୋଦ୍ଭବ ଯୁବଗୋଷ୍ଠୀ, ଭାରତୀୟ ଜୀବନଶୈଳୀ ସଂସ୍କୃତି, ଐତିହ୍ୟ, ଅର୍ଥନୀତି, ଶିଳ୍ପ, ଶିକ୍ଷା, ବିଜ୍ଞାନ, ବୈଷୟିକ ଜ୍ଞାନ କୌଶଳ ସଂପର୍କରେ ଅବଗତ ହେବାସହ ଦେଶର ବିଭିନ୍ନ କ୍ଷେତ୍ରରେ ବିକାଶ କାର୍ଯ୍ୟ ସଂପର୍କରେ ସଚେତନ ହୋଇଥାନ୍ତି। ସେମାନଙ୍କର ଆଶା ଓ ଅଭିଜ୍ଞତାକୁ ବାଣ୍ଟିବା ସହିତ ସେମାନଙ୍କର ମତାମତ ଉପସ୍ଥାପନ କରିଥାନ୍ତି । କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟସଭ୍ୟତାସହ ସେମାନଙ୍କ ଘନିଷ୍ଠତା ବଢାଇଥାନ୍ତି ।

ଏହିକ୍ରମରେ ତିନି ସପ୍ତାହ ବ୍ୟାପୀଆୟୋଜିତ କାର୍ଯ୍ୟକ୍ରମ ଅବସରରେ ୧୧ ଟି ଦେଶରୁଆସିଥିବା ୩୮ ଜଣ ମୂଳ ଭାରତୀୟ ବିଦେଶୀ ଯୁବବର୍ଗ ୬୫ ତମ ଭାରତକୁ ଜାଣ ସଂସ୍କରଣରେ ଓଡିଶାକୁ ଅଂଶୀଦାର ରାଜ୍ୟ ରୂପେ ଗ୍ରହଣ କରି ଓଡିଶା ପରିଦର୍ଶନରେ ଆସିଥିଲେ । ଓଡିଶାର ବିସ୍ତୃତ ଶିଳ୍ପାୟନ, ପର୍ଯ୍ୟଟନର ବୈଭବ, ଅର୍ଥନୈତିକ ପ୍ରଗତି ତଥା ଏଠାକାର ଲୋକଙ୍କଜୀବନ ଶୈଳୀ ଅନୁଧ୍ୟାନ କରିଥିଲେ। ଓଡିଶାର ସ୍ୱର୍ଣ୍ଣ ତ୍ରିଭୂଜ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ମନ୍ଦିର ସମେତ ପାରାଦୀପ ବନ୍ଦର, ଜନଜାତି ସଂଗ୍ରହାଳୟ ଇତ୍ୟାଦି ବୁଲି ଦେଖିବା ସହ ଓଡିଶା ଯେ ଭାରତର ବେଷ୍ଟ୍‌ କେପ୍ଟସିକ୍ରେଟ୍‌ ବୋଲି ଅନୁଭବକରିଥିଲେ । ଓଡିଶାର ବିକାଶରେ ସାରଥୀ ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥାସ୍ୱଚ୍ଛ ପ୍ରଶାସନକୁ ସେମାେନ ଉଚ୍ଚ ପ୍ରଶଂସା କରିଥିଲେ । ସର୍ବୋପରି ରାଜ୍ୟର ଆତିଥେୟତାରେ ସେମାନେ ଅଭିଭୂତ ହୋଇପଡିଥିଲେ । ଏହିଅବସରରେ ସେମାନେ ଓଡ଼ିଶାରକଳା, ସଂସ୍କୃତି, ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସାକରିଥିଲେ।

- Advertisement -

ଏହିଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏକ ସଂକ୍ଷିପ୍ତ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ନିଗମର ଅଧ୍ୟକ୍ଷ ଲେନିନ ମହାନ୍ତି ଯୋଗ ଦେଇଥିଲେ। ଭାରତୀୟ ବିଦେଶ ସେବା ଅଧିକାରୀ ମାନସ ପଟେଲ, ନିଗମର ସାଧାରଣ ପରିଚାଳକ ଲଗ୍ନଜିତ୍‌ ରାଉତ, ଅତିରିକ୍ତ ଶାସନ ସଚିବ ଅନନ୍ତ ନରରାୟଣ ଲାଗୁରୀଙ୍କ ସମେତ ଅେନକ ଗଣ୍ୟମାଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories