ହରଭଙ୍ଗା: ହରଭଙ୍ଗା ହାଇସ୍କୁଲ ୧୯୯୬ ମ୍ୟାଟ୍ରିକ ବ୍ୟାଚ୍ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ବୌଦ୍ଧ-କନ୍ଧମାଳ ସୀମାନ୍ତ ଗେଟାମୁଣ୍ଡା ପୋଲ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ନୈଶ୍ୟଭୋଜିଭାତର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସତିଶରଞ୍ଜନ କମ୍ପ, ଦୀଲ୍ଲିପ ପ୍ରଧାନ, କିଶୋର ଚନ୍ଦ୍ର ସାହୁ, ନିତ୍ୟାନନ୍ଦ ବେହେରା, ଶେଖ ଶାହାଜାନ, ପ୍ରୀତିରଞ୍ଜନ ଦାସଙ୍କ ସହିତ ସମସ୍ତ ପରିବାର ଲୋକେ ଯୋଗଦେଇଥିଲେ। ନୂଆବର୍ଷରେ ଏଭଳି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ନେଇ ପୁରୁଣା ବନ୍ଧୁମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ପାଇଁ ସୁଯୋଗ ପାଇଥିବାରୁ ସମସ୍ତେ ଖୁସିବ୍ୟକ୍ତ କରିଥିଲେ।
Popular Categories



